ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପକ୍ଷରୁ ହରିବଂଶ ନାରାୟଣ ସିଂ ନାମାଙ୍କନ ପତ୍ର ଏହାପୂର୍ବରୁ ଦାଖଲ କରିଛନ୍ତି । ନିତିଶ କୁମାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ କରିବାକୁ କହିଛନ୍ତି ।
ସୂଚନାଯୋଗ୍ୟ,ଏହାପୂର୍ବରୁ ୨୦୧୮ ମସିହାରେ ବିଜୁ ଜନତା ଦଳ ଏନ୍ ଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ଶ୍ରୀଯୁକ୍ତ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଇଥିଲା । ପୁଣି ଥରେ ତାଙ୍କୁ ସମର୍ଥନ ଦେବାକୁ ନୀତିଶ କୁମାର ଫୋନ ଯୋଗେ ନବୀନଙ୍କୁ ଅନୁରୋଧ କରିଛନ୍ତି ।