୬ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କଲା ନରସିଂହପୁର ପୋଲିସ

ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାର ୧୦ ବର୍ଷ ପରେ ଗିରଫ ହୋଇଛନ୍ତି ୬ ଜଣ ପୋଲିସ କର୍ମଚାରୀ । ୨୦୧୬ ମସିହାରେ ଘଟିଥିବା ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ପୋଲିସ କର୍ମଚାରୀଙ୍କୁ ନରସିଂହପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଅବସରପ୍ରାପ୍ତ ଏଏସ୍‌ଆଇ ଭଗବାନ ସାହୁ, ଅବସରପ୍ରାପ୍ତ ହାବିଲଦାର ପ୍ରମୋଦ କୁମାର ପାତ୍ର, ଅବସରପ୍ରାକ୍ତ ହୋମ୍‌ଗାର୍ଡ ଭିକାରି ନାୟକ, ଅବସରପ୍ରାପ୍ତ ହୋମ୍‌ଗାର୍ଡ ଯୋଗୀ ନାୟକ, ହୋମ୍‌ଗାର୍ଡ ମହେଶ୍ୱର ଦେବତା ଏବଂ ହୋମ୍‌ଗାର୍ଡ ଧର୍ମରାଜ ରଣା ।

Six Retired Police Personnel Arrested In 2016 Narasinghpur Custodial Death Case

ଘଟଣା ଅନୁଯାୟୀ ୨୦୧୬ ମସିହାରେ ନରସିଂହପୁର ଥାନା ଅନ୍ତର୍ଗତ ମାଳିସାହିର ଚୈତନ୍ୟ ନାଏକଙ୍କ ଝିଅ ରେବତୀ ନାଏକଙ୍କ ପରିବାର ସହିତ ତାଙ୍କ ପଡ଼ୋଶୀ ସରୋଜ ସେନାପତି ଓରଫ ଆକୁଳଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ରେବତୀ ୨୦୧୬ ଡିସେମ୍ବର ୫ରେ ସରୋଜଙ୍କ ନାମରେ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନରସିଂହପୁର ଥାନା କେସ୍‌ ନମ୍ବର ୧୨୮/୨୦୧୬ ରେ ପୋଲିସ ମାମଲା ରୁଜୁ କରିବା ସହିତ ସରୋଜଙ୍କୁ ଗିରଫ କରିବା ପାଇଁ ମାଳିସାହି ଗ୍ରାମକୁ ଯାଇଥିବା ବେଳେ ସେ ସମୟର ତଦନ୍ତକାରୀ ଅଫିସର ଏଏସ୍‌ଆଇ ଭଗବାନ ସାହୁଙ୍କ ସହିତ ଅଭିଯୁକ୍ତ ସରୋଜଙ୍କର ଧସ୍ତାଧସ୍ତି ହୋଇଥିଲା । ଯେଉଁ ଥିରେ ଏଏସ୍‌ଆଇ ଓ ଅଭିଯୁକ୍ତ ଉଭୟ ଆହତ ହୋଇଥିଲେ । ଏହାପରେ ଏଏସ୍‌ଆଇ ଙ୍କ ଅଭିଯୋଗ ଆଧାରରେ ନରସିଂହପୁର ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇ ସରୋଜଙ୍କୁ ଗିରଫ କରି ଥାନାରେ ରଖାଯାଇଥିଲା । ହାଜତରେ ଥିବା କିନ୍ତୁ ସମୟରେ ସରୋଜଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦୧୬ ଡିସେମ୍ବର ୧୧ରେ ତାଙ୍କର ମୃତ୍ୟୁ ହୋଇଥିଲା ।

Six Retired Police Personnel Arrested In 2016 Narasinghpur Custodial Death Case

ଘଟଣାକୁ ନେଇ ସରୋଜଙ୍କ ଶ୍ବଶୁର ନରସିଂହପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନରସିଂହପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତଦନ୍ତ ବେଳେ ୬ ପୋଲିସ କର୍ମଚାରୀଙ୍କ ବିରୋଧରେ ପ୍ରମାଣ ମିଳିବାରୁ ସେମାନଙ୍କୁ ଗିରଫ କରାଯାଇ ମଙ୍ଗଳବାର ସନ୍ଧ୍ୟାରେ ନରସିଂହପୁର କୋର୍ଟରେ ହଜାର କରାଯାଇଥିଲା । କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହଜାତକୁ ପଠା ଯାଇଛି ।