ଭୁବନେଶ୍ବର: ବାତ୍ୟା ପାଇଁ ଦୁଇଦିନ ନନ୍ଦନକାନନ ବନ୍ଦ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ କରାଯାଇଛି । ଆସନ୍ତାକାଲି (ଅକ୍ଟୋବର ୨୪-ଗୁରୁବାର) ଏବଂ ଅକ୍ଟୋବର ୨୫(ଶୁକ୍ରବାର)ରେ ନନ୍ଦନକାନନ ବନ୍ଦ ରହିବ ବୋଲି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାତ୍ୟା ‘ଦାନା’ର ପ୍ରଭାବ ଖୋର୍ଦ୍ଧା ଜିଲାରେ ରହିଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ପଶୁପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି।