ଭୁବନେଶ୍ୱର : ନନ୍ଦନକାନନକୁ ଆସିଛନ୍ତି ୩ଟି ନୂଆ ଅତିଥି । ସେଥିରେ କୋରାପୁଟ ଜୟପୁରର ଭାଲୁ, ଚିଲିକା ବନଖଣ୍ଡରୁ ଚିତ୍ରା ହରିଣ ଏବଂ ସୁନ୍ଦରଗଡ ବଣେଇରୁ ଏକ ହାଡଗିଳା ଚଢେଇ ସାମିଲ ଅଛନ୍ତି ।

ଜୟପୁରରୁ ଆସୁଥିବା ଭାଲୁଟି କିଛିଦିନ ତଳେ ଆହତ ହୋଇଥିବାରୁ ବନ ବିଭାଗ ତାକୁ ଉଦ୍ଧାର କରି ଓୟୁଏଟି ଚିକିତ୍ସା କରିବା ପରେ ନନ୍ଦନକାନନ ଅଣାଯାଇଛି । ଶିକାରୀଙ୍କ ଆକ୍ରମଣରେ ଭାଲୁଟି ଆହତ ହୋଇଥିଲା । ସେହିପରି ହରିଣଟି ଚାଲି ପାରୁନଥିବା କାରଣରୁ ତାକୁ ବନ ବିଭାଗ ଉଦ୍ଧାର କରିଥିଲା ଏବଂ ହାଡଗିଲା ଚଢେଇର ବେକରେ ଶିକାରୀ ତୀରରେ ଆହତ ହୋଇଥିବା କଥା ଡାକ୍ତର ସୂଚନା ଦେଇଛନ୍ତି । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ଥିବା ସହ ସେମାନଙ୍କ ରକ୍ଷଣାବେକ୍ଷଣା ର ସଂପୂର୍ଣ୍ଣ ସୁବିଧା କରିଛନ୍ତି ।