(ଜୟନ୍ତ କୁମାର ସେଠୀ / ପୁରୀ): ବାର ମାସରେ ବାର ବେଶରେ ସଜେଇ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ସମସ୍ତ ବେଶ ଭିତରେ ନାଗାର୍ଜୁନ ବେଶ ଦୁର୍ଲ୍ଲଭ । ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଥାଏ । କୁହାଯାଏ ଯେ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚଦିନ ବଦଳରେ ଛଅ ଦିନ ଅନୁଷ୍ଠିତ ହୁଏ । ଅର୍ଥାତ ଏକ ଦିନ ତିଥି ମଳ ଆକାରରେ ପଡ଼ିଥାଏ ସେତେବେଳେ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥାନ୍ତି। ମହାପ୍ରଭୁ ପଞ୍ଚୁକ ପାଞ୍ଚଦିନ ଯାକ ବିଭିନ୍ନ ପ୍ରକାର ବେଶ ହୋଇଥାଆନ୍ତି। ଯଥା ବାଙ୍କଚୂଡ଼ା ବେଶ, ଲକ୍ଷ୍ମୀନାରାୟଣ ବେଶ, ତ୍ରିବିକ୍ରମ ବେଶ, ଅବକାଶ ବେଶ, ରାଜରାଜେଶ୍ଵର ବେଶ ହୋଇଥିବା ବେଳେ ଛଅ ଦିନରେ ମହାପ୍ରଭୁ ନାଗାର୍ଜୁନ ବେଶ ହୋଇଥାଆନ୍ତି।
ଚଳିତ ବର୍ଷ ନଭେମ୍ବର ୨୭ ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। କାର୍ତିକ ମାସରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ ବେଶ ଆଭୂଷଣ ପ୍ରସ୍ତୁତ ଅଧିକାର ପାଇଥିବା ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ସବୁଜ ସଙ୍କେତ ଦେଇଛି। ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁ ଏଥର ବିନା ଭକ୍ତରେ ହୋଇ ପାରେ ଏହି ନାଗାର୍ଜୁନ ବେଶ ନୀତି। ଆସନ୍ତା ନଭେମ୍ବର ୨୭ ତାରିଖରେ ଏହି ବେଶ ଅନୁଷ୍ଠିତ ହେବ। ତିଥି ଅନୁଯାୟୀ କାର୍ତିକ ଦ୍ଵାଦଶୀ ମଳ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ୬୦ ରୁ ୭୦ ଲକ୍ଷ ଟଙ୍କାର ବଜେଟ କରିଛି। କିନ୍ତୁ କୋଭିଡ କଟକଣା ହେତୁ ଏବଂ ବର୍ତ୍ତମାନ କୋଭିଡ ଅବସ୍ଥା ଦେଖିଲେ ଉକ୍ତ ସମୟ ରେ ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି।
ତେବେ ଚଳିତ ବର୍ଷ କୋଭିଡ ମାହାମରି କୁ ଦେଖିଲେ ଜଣାପଡୁଛି ଚଳିତ ବର୍ଷ ବିନା ଭକ୍ତ ରେ ହେବ ଏହି ନାଗାର୍ଜୁନ ବେଶ ନୀତି। ଯାହାକି ଆଉ ଏକ ଇତିହାସ ଘଟଣାବଳି ରହିଯିବ ଏଥିରେ ସନ୍ଦେହ ନାହିଁ କ୍ଷ