ଏନ ଏସି କାର୍ୟ୍ୟଳୟ ର ଉନ୍ନୟନ ପ୍ରକଳ୍ପ ଓ ଆୟଵ୍ୟୟର ସମୀକ୍ଷା କଲେ କେନ୍ଦ୍ରଂଚଳ ରାଜସ୍ବ କମିଶନର

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଏନଏସି କାର୍ୟାଳୟ ଠାରେ ଅଫିସ ଦ୍ଵାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ଓ ଆୟବ୍ୟୟ ର ପୁଖାଂନୁପୁଖ ସମୀକ୍ଷା କରିଛନ୍ତି କେନ୍ଦ୍ରାଚଂଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ। ଏହି ସମୀକ୍ଷା ସମୟରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ଓ ରାଜସ୍ବ କମିଶନର କାର୍ୟାଳୟ ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
କୋଣାର୍କ ଏନ ଏ ସି ଅଫିସ୍ ଦ୍ଵାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା କରାଯିବା ସହ ପୂର୍ବରୁ ଏନ ଏ ସି ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ଆୟଵ୍ୟୟ ର ସମୀକ୍ଷା କରିଥିଲେ ରାଜସ୍ବ କମିଶନର ଶ୍ରୀ ମଲ୍ଲିକ। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନ ଏ ସି ର କିଭଳି ଭାବରେ ସ୍ଥାୟୀ ପାଣ୍ଠି ର ଅଭିବୃଦ୍ଧି ହୋଇପାରିବ ସେଥିପାଇଁ ରାଜସ୍ବ କମିଶନର ଶ୍ରୀ ମଲ୍ଲିକ ଗୁରୁତ୍ଵାରୋପ କରିଥିଲେ। ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ପାର୍କିଂ ସ୍ଥଳୀ କୁ କୋଣାର୍କ ଏନ ଏ ସି ଅଧିନ ଆଣିବା ପାଇଁ ପ୍ରୟାସ କରାଯିବା ସହ ଏହାର ଆୟଵୃଦ୍ଧି ହେଵା ସହ କୋଣାର୍କ ର ବିକାଶ ପାଇଁ ଉନ୍ନୟନ କାର୍ୟ୍ୟ ନିମନ୍ତେ ପ୍ରକଳ୍ପ ମାନ କରାଯିବା । ଏନେଇ ନଗର ଉନ୍ନୟନ ବିଭାଗ କୁ ପ୍ରସ୍ତାବ ମାନ ଦିଆଯାଇ ଅର୍ଥ ଵ୍ୟୟ ବରାଦ କରାଯାଇ ଵିକାଶ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରାଯିବ ବୋଲି ଏହି ସମୀକ୍ଷା ବୈଠକରେ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।