( ଆର୍ଦଶ ରାଉତ) : ଆଗକୁ ହକି ବିଶ୍ୱକପ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ତା ପୂର୍ବରୁ ଆଜିଠାରୁ ଆରମ୍ଭ ହେଲା MY HEART BEATS FOR HOCKEY କ୍ୟାମ୍ପେନ୍ । ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ ରେ ଏହି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ତାସହ ବିଜୁ ପଟନାୟକ ସ୍ପୋର୍ଟସ ଆଓାର୍ଡ ଏବଂ ବିଜୁପଟନାୟକ ସାହାସିକତା ଆଓାର୍ଡ ୧୫ ଜଣ ଙ୍କୁ ଦିଆଯାଇଛି । ସଂଗୀତ, ମନୋରଞ୍ଜନ, ଫ୍ୟାସନ, ପ୍ୟାନେଲ ଡିସ୍କସନ ଜରିଆରେ ହକି ପାଇଁ ସାଧାରଣ ଲୋକଙ୍କ ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଆରମ୍ଭ ହେଇଛି ଏହି କ୍ୟାମ୍ପେନ୍ । ବିଶ୍ୱକପର ପ୍ରଚାର ଓ ପ୍ରସାର ପାଇଁ ଦେଶର ବିଭିନ୍ନ ସ୍ଥାନରେ ହାର୍ଟବିଟ୍ ସେଣ୍ଟର ଖୋଲାଯିବା ସହ ସ୍ୱତନ୍ତ୍ର ହକି ଷ୍ଟିକ୍ ରଖାଯିବ । କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଦୁଇଟି ହକିଷ୍ଟିକ୍ ରହିବ । ଏହି ହକି ଷ୍ଟିକ୍ ଛୁଇଁବା କ୍ଷଣି ଜଣଙ୍କ ହାର୍ଟବିଟ୍ ରେକର୍ଡ ହେବ । ତା ଛଡା ଚଣ୍ଡିଗଡ଼, ବେଙ୍ଗଳୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା ଓ ଇମ୍ଫାଲରେ ମଧ୍ୟ ସ୍ୱତନ୍ତ୍ର ହକିଷ୍ଟିକ୍ ରଖାଯିବ ।