ସ୍ୱାମୀ ପାଲଟିଲା ରାକ୍ଷସ। ସ୍ତ୍ରୀକୁ ହତ୍ୟା କଲା ପରେ ଖଣ୍ଡ ଖଣ୍ଡ କାଟି କୁକୁର ଦେଲା।ଏଥିସହ ସ୍ତ୍ରୀର କଟାମୁଣ୍ଡକୁ ଫ୍ରିଜରେ ରଖିଲା। ଆସାମର ହାଟୀଗାଓଁ ଅଞ୍ଚଳରେ ଘଟିଛି ଏହି ଭୟଙ୍କର ହତ୍ୟାକାଣ୍ଡ। ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ୱାମୀ ଥାନାରେ ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ୍ କହିଛି। ମୃତ ମହିଳା ଜଣଙ୍କ ହେଲେ ୨୫ ବର୍ଷୀୟ ରିୟା ତାଲୁକଦାର ଗୌସ୍ୱାମୀ। ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ୍ ବୈଶିଷ୍ଟପୁର ବାଇଲେନ ସ୍ଥିତ ଭଡ଼ା ଘରୁ ଠାବ କରିଛି। ଏହି ଘଟଣାରେ ରିୟାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ କରୁଛି।

ପୂରା ଘଟଣାଟି ହେଲା, ରିୟା ଓ ରାମାନୁଜନଙ୍କ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। କିନ୍ତୁ ପ୍ରାୟ ଦୁଇ ଦିନ ପରେ ଘର ଭିତରୁ ପଡ଼ୋଶୀମାନେ ଦୁର୍ଗନ୍ଧ ବାହାରୁ ଥିବା ଜାଣିବାକୁ ପାଇଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଘର ଭିତରୁ ରିୟାଙ୍କ ଖଣ୍ଡ ବିଖଣ୍ଡତ ମୃତଦେହକୁ ଜବତ କରିଛି।ଘର ଭିତରେ ରକ୍ତର ଛିଟା ସହ ଜିନିଷ ସବୁ ଏଣେତେଣ ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଏହାବାଦ ଏକାଧିକ ମଦ ବୋତଲ ଓ ଗୋଟିଏ ଧାରୁଆ ଅସ୍ତ୍ର ମଧ୍ୟ ପୁଲିସ୍ ଅଧିକାରୀମାନେ ଠାବ କରିଥିଲେ। ରିୟାଙ୍କ କଟାମୁଣ୍ଡକୁ ରାମନୁଜନ ଗୋଟିଏ କଳା ପଲିଥିନରେ ଭର୍ତ୍ତି କରି ଫ୍ରିଜରେ ରଖିଥିଲା। ରିୟାଙ୍କ ଆଙ୍ଗୁଠିକୁ ମଧ୍ୟ ସେ କାଟି ଦେଇଥିଲା। ଏହି ଆଙ୍ଗୁଠି ଓ ଶରୀରର କିଛି ଅଂଶକୁ ସେ କୁକୁରକୁ ଖାଇବାକୁ ଦେଇଥିବା ପୋଲିସ ପାଖରେ ସତ ମାନିଛି ରାମାନୁଜ। ପୋଲିସ ଘଟଣାର ତଦନ୍ତ କରୁଛି।