ରାୟଗଡ଼ା / ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ମୁନିଗୁଡା ବିକାଶ ପରିଷଦ ତରଫରୁ ସଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଅବସରରେ ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ମାର୍ଚେଣ୍ଟ ଆସୋସିଏସନ, ପ୍ରେସକ୍ଳବ, ବଜରଙ୍ଗ ଦଳ ସହ ବିଭିନ୍ନ ସାମାଜିକ ସଂଗଠନ ଓ ବିଭିନ୍ନ କ୍ଳବର ସଦସ୍ୟ ମାନଙ୍କ ମିଳିତରେ ସ୍ଥାନୀୟ କନିକା ପରମେଶ୍ୱରୀ ମନ୍ଦିର ପରିସରରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବା ସହ ମୁନିଗୁଡାକୁ ସବ ଡିଭିଜନ ଓ ଏନଏସି ମାନ୍ୟତା ଦାବିକୁ ନେଇ ସ୍ଲୋଗାନ ଦେଇ ବ୍ଲକ କାର୍ୟ୍ୟାଳୟରେ ଏକ ସ୍ମାରକପତ୍ର ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ପ୍ରିତମ କୁମାର ତନ୍ତୀଙ୍କ ଜରିଆରେ ମୁଖମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି କ୍ଷ ପୂର୍ବରୁ ବହୁବାର ଦାବି ସହ ଆନ୍ଦାଳନ ମଧ୍ୟ କରାଯାଇଛି ହେଲେ ତାହା ଏପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇନଥିବାରୁ ମୁନିଗୁଡାରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢୁଥିବା ସହ ଉଦବେଗ ପ୍ରକାଶ ପାଉଛି କ୍ଷ ମୁନିଗୁଡାରେ ଏହି ଦୁଇଟି ଦାବି ପାଇଁ ସରକାରଙ୍କ ସମସ୍ତ ମାନଦଣ୍ଡ ପୂରଣ କରିଥିବା ନେଇ ଆଲୋଚନା କରାଯାଉଛି ।