ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ମହମ୍ମଦ ୟାସିର ଜମିଲ । ସାଲେପୁର ବ୍ଲକ କୁସମ୍ବି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିଲେ ମହମ୍ମଦ । ଏ ନେଇ ଶିଶୁ ବିଜ୍ଞାନୀ ମହମ୍ମଦ ୟାସିର ଜମିଲଙ୍କୁ ଆଜି ସମ୍ଭର୍ଦ୍ଧନା ଦିଆଯାଇଛି । ସାଲେପୁର ଶିକ୍ଷା ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ଶତପଥୀଙ୍କ ନେତୃତ୍ୱ ରେ ସାଲେପୁର ହାଇସ୍କୁଲ ଅଡିଟୋରିୟମ ଠାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସାଲେପୁର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ଭୋଇ ଏବଂ ସାଲେପୁର ଶିକ୍ଷା ମଣ୍ଡଳ ର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ । ଏହି ଶିଶୁ ବିଜ୍ଞାନୀ ଓ ତାଙ୍କ ପରିବାର ଙ୍କୁ ଉତ୍ତରି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି । କୁନି ପିଲାଟିର ଉଜ୍ଜଳ ଭବିଷ୍ୟତ ପାଇଁ ସଭାରେ ଉପସ୍ଥିତ ଥିବା ଅତିଥିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ କୁନି ପିଲାଟିର ଏଭଳି ସଫଳତା ସାଲେପୁର ପାଇଁ ଗୈରବ ଆଣିଦେଇଛି । ଏବଂ ଏହା ଭବିଷ୍ୟତରେ ସାଲେପୁର ପିଲାଙ୍କୁ ପ୍ରେରଣା ଯୋଗାଇବ ବୋଲି ସଭାଶୀନ ଅତିଥିମାନେ ଅଭିବ୍ୟକ୍ତ କରିଥିଲେ ।