“ମୁଁ ହିରୋ ମୁଁ ଓଡିଶା”କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି କଟକ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ “ମୁଁ ହିରୋ ମୁଁ ଓଡିଶା ” କାର୍ୟ୍ୟକ୍ରମ । କିନ୍ତୁ ଏହି ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ବାକ ଯୁଦ୍ଧ ।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମିଳନୀ ଜରିଆରେ ରାଜ୍ୟସରକାରଙ୍କ ଏହି ଯୋଜନାକୁ ସିଧାସଳଖ ଟାର୍ଗେଟକରି କହିଛନ୍ତି ବିଜେଡି ସରକାର ବିଜୁ ଯୁବ ବାହିନୀ ନାଁରେ ନିଜ ପ୍ରଚାର କରୁଛି । ରାଜ୍ୟରେ ଥିବା ଯୁବକ ଯୁବତୀଙ୍କ ପ୍ରତି ରାଜ୍ୟସରକାର ଛଳନା ଓ ପ୍ରତାରଣା କରିଛନ୍ତି । ସେହିପରି ୧୯ ବର୍ଷ ଶାସନ କାଳରେ କେତେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ତାହାର ହିସାବ ସର୍ଵସାଧାରଣ ସମ୍ମୁଖରେ ରଖୁ ବୋଲି ଦାବି କରିଛି ବିଜେପି । ଆହୁରିମଧ୍ୟ ବିଜେଡିକୁ ସମାଲୋଚନାକରି କହିଛନ୍ତି ରାଜ୍ୟସରକାର ଦଶ ବର୍ଷ ଭିତରେ ୩୨ ହଜାର ଯୁବକ ଯୁବତୀଙ୍କୁ ଚାକିରୀ ଦେଇଛନ୍ତି ଯାହା କର୍ମ ନିୟୋଜନ ପଞ୍ଜୀକରଣର ମାତ୍ର ୩ ପ୍ରତିଶତ । ସେହିପରି ୪୦୮୪୫ ଜଣ ନିରୀହ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମେଳା ନାଁରେ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର । ଆହୁରିମଧ୍ୟ କହିଛନ୍ତି ହସ୍ତଶିଳ୍ପ , ପର୍ୟ୍ୟଟନ ଓ ଜଳସେଚନ କ୍ଷେତ୍ରରେ ଅନେକ ନିଯୁକ୍ତି ଥିବାବେଳେ ରାଜ୍ୟସରକାର ସେଥିରେ ବିଫଳ ହୋଇଛନ୍ତି ।

ବିଜେପିର ଏହି ଅଭିଯୋଗ ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।