ଶ୍ରୀ ଜଗନ୍ନାଥଙ୍କ ନାର୍ଗାଜୁନ ବେଶ ; ୩ ଘଣ୍ଟା ବିଳମ୍ବରେ ଆରମ୍ଭ

ପୁରୀ/ସଂଜୁ– ଦୀର୍ଘ ୨୬ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଦୁର୍ଲଭ ନାର୍ଗାଜୁନ ବେଶ ।କାର୍ତ୍ତିକ ମଳ ତ୍ରୟୋଦର୍ଶୀ ତିଥିରେ ମହାପ୍ରଭୁଙ୍କ ନାର୍ଗାଜୁନ ବେଶ ହୋଇଥାଏ । ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ନେଇ ବିବାଦ କାରଣରୁ ବେଶ ବିଳମ୍ବରେ ହୋଇଛି । ସୁନା ବେଶ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି । ଭୋର ୪ ଟା ପରିବର୍ତ୍ତେ ସକାଳ ୭ ଟାରେ ହୋଇଛି ସୁନା ବେଶ ।ଭଣ୍ଡାର ମେକାପ ଓ ଖୁଂଟିଆ ସେନାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ୨୬ ବର୍ଷ ପରେ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ବିରଳ ବେଶ । ୧୬ ପ୍ରକାର ଆୟୁଧ ମହାପ୍ରଭୁଙ୍କ ଲାଗି କରାଯିବାକୁ ନାଗାବେଶ କୁହାଯାଏ ।