ଅପରାଜୀତାଙ୍କ ନୂଆ ନୋମିନି ହେଲେ ରାକେଶ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ସାସଂଦ ଅପରାଜିତା ଷଢଙ୍ଗୀଙ୍କ ଭୁବନେଶ୍ୱର ମହାନଗର ନିଗମର ନୂତନ ନୋମିନ ଭାବେ ନିଯୁକ୍ତି ହୋଇଛନ୍ତି ରାକେଶ କୁମାର ଜେନା । ଏ ନେଇ ଆଜି ସାସଂଦଙ୍କ କାର୍ଯ୍ୟାଳୟଠାରେ ରାକେଶଙ୍କୁ ସାସଂଦ ନୂତନ ନୋମିନ ଭାବେ ପରିଚୟ ପତ୍ର ଦେଇ ଦାଇତ୍ୱ ପ୍ରଦାନ କରିଛନ୍ତି । ରାକେଶ ଜଣେ ଦ୍ରୃଢ ଛାତ୍ର ନେତା ତଥା ଯୁବ ସଂଗଠକ । ସେ ଭୁବନେଶ୍ୱର ଭାଜପାର ଯୁବମୋର୍ଚ୍ଚାର ସାଙ୍ଗଠନିକ ସମ୍ପାଦକ ଭାବେ ଦାଇତ୍ୱ ତୁଲାଉଥିଲେ । ବିଗତ ଦିନରେ ଛାତ୍ରମାନଙ୍କ ସମସ୍ୟାରେ ଉପସ୍ଥିତ ରହି ଛାତ୍ର ଓ ଯୁବକଙ୍କୁ ନୂତନ ସାମାଜିକ ପରିଚୟ ପ୍ରଦାନ କରିଛନ୍ତି । ତେବେ ନୋମିନି ଭାବେ ଦାଇତ୍ୱ ପାଇବା ପରେୀ ସେ ପଦବୀକୁ ସମ୍ମାନର ସହ ତୁଲାଇବେ ବୋଲି କହିଛନ୍ତି । ସବୁବେଳେ ଲୋକଙ୍କ ସମସ୍ୟାରେ ଛିଡା ହେବା ସହ ସାହାଯ୍ୟର ହାତ ବଢାଇବାକୁ ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି ।