ଭୁବନେଶ୍ୱର: ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତ୍ୟକ ବର୍ଷ ଏହି ଦିବସ ମାର୍ଚ୍ଚ ମାସ ୮ ତାରିଖରେ ପାଳନ କରା ଯାଇଥାଏ । ଏହିଦିନ ହେଉଛି ମହିଳାଙ୍କ ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଉପଲବ୍ଧିଗୁଡ଼ିକୁ ସ୍ମରଣ କରିବାର ଦିନ। ଲିଙ୍ଗ ସମାନତା ହାସଲ ଦିଗରେ ହୋଇଥିବା ଉନ୍ନତି ଓ ମହିଳା ସଶକ୍ତୀକରଣର ସମୀକ୍ଷା କରି ବିଶ୍ବବ୍ୟାପୀ ମହିଳାଙ୍କ ସମାନ ଅଧିକାର ପ୍ରଦାନକୁ ତ୍ବରାନ୍ବିତ କରିବା ଏହି ଦିବସର ମହତ ଉଦ୍ଦେଶ୍ୟ। ଆଉ ଏହି ବିଶେଷ ଅବସରରେ ଓଡିଶା ପୋଲିସ ପକ୍ଷରୁ ଶହେରୁ ଅଧିକ ମହିଳା ପୋଲିସ କର୍ମଚାରୀ, ପୋଲିସ ଷ୍ଟେସନ, ଏସଡିପିଓ ଅଫିସ ଏବଂ ଡିଷ୍ଟ ପୋଲିସ କାର୍ୟ୍ୟାଳୟର ନେତୃତ୍ୱ ନେଇଥିବା ସମସ୍ତ କର୍ମୀଙ୍କୁ ସମ୍ବୋର୍ଦ୍ଧନା କରାଯାଇଛି । ଆଇପିଏସ୍ ଅଫିସର ଶ୍ରୀମତି ସାଗରିକା ନାଥ, ଏଲ୍ ଦିବ୍ୟା ଭି, ଇନିସ୍ପେକ୍ଟର ଚିନ୍ମୟି ସାହୁଙ୍କ ପରି ଅନେକ ମହିଳା ଅଫିସର ମାନଙ୍କୁ ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ସେମାନଙ୍କର ନେତୃତ ଓ ସାହସିକତା ତଥା କର୍ମ ଦକ୍ଷତାକୁ ପ୍ରଶଂସା କରାଯାଇଛି ।
Over hundred Women Police Officers are heading the Police Stations, SDPO Offices and Dist Police Offices. On the occasion of #InternationalWomensDay, we acknowledge their leadership and contribution to @odisha_police.
— DGP, Odisha (@DGPOdisha) March 8, 2022