ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ନବମ ଦିବସ। ବିଧାନସଭା ଅଧିବେଶନର ନବମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏସବୁ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ବିଜେଡି ସରକାରର ନୂଆ-ଓ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ଆସିବ ନୂଆ ଯୋଜନା। ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବୋଲି ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।