ନୂଆଦିଲ୍ଲୀ : ଅନେକ ରାଜ୍ୟରେ ଘନଉଛି ବିଦ୍ୟତ ସଂଙ୍କଟ । ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଆଜି ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ ସଙ୍କଟର ଭୟାବହତାକୁ ସାମ୍ନା କରିବା ନେଇ ଆଶଙ୍କା ବଢୁଛି ।
ଏହା ମଧ୍ୟରେ ଭାରତରେ କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଦେଖାଦେବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ଆଜି ଏକ ସମୀକ୍ଷା ବୈଠକ କରିବାର ସମ୍ଭାବନା ରହିଛି। ଗତକାଲି କୋଇଲା ଅଭାବକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକ କରିଥିଲେ। ଏହା ପରେ ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ ଏକ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କରିଥିଲେ।
କୋଇଲାର ଯୋଗାଣର ଅଭାବ ଓ ଆମଦାନୀ ହେଉଥିବା କୋଇଲାର ଦାମ ବୃଦ୍ଧି ଯୋଗୁଁ ଏହି ବିଦ୍ୟୁତ ସଂଙ୍କଟ ଦେଖାଦେଇଛି । ପାଓ୍ବାର ପ୍ଲାଣ୍ଟ ଗୁଡିକରେ ସାଧାରଣତଃ ୧୫ରୁ ୩୦ ଦିନ ପାଇଁ କୋଇଲା ମହଜୁଦ ରଖିଥାନ୍ତି । କିନ୍ତୁ ଅଧିକାଂଶ ପ୍ଲାଣ୍ଟରେ ୨ରୁ ୩ଦିନ କୋଇଲା ବାକିଥିବା ନେଇ ଅନେକ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
କୋଇଲା ଖଣି ଗୁଡିକରେ ପାଣି ଜମିଯାଇଥିବାରୁ ଉତ୍ତୋଳନ କାର୍ଯ୍ୟ ମଧ୍ୟ ବାଧାପ୍ରପ୍ତ ହୋଇଛି । ୧୩୫ ପାଓ୍ବାର ପ୍ଲାଣ୍ଟରେ ମହଜୁଦ ଥିବା କୋଇଲା ଦିନେ କିମ୍ବା ଦୁଇ ଦିନରେ ଶେଷ ହୋଇଯିବ । ଯାହାଫଳରେ ଆଗକୁ ବିଦ୍ୟୁତ୍ ସଂଙ୍କଟ ଘନେଇବା ନେଇ ଆଶଙ୍କା କରାଯାଉଛି ।କୋଇଲା ସଂଙ୍କଟ ପାଇଁ ପଞ୍ଜାବରେ ତିନୋଟି , କେରଳରେ ଚାରି ଓ ମାହାରାଷ୍ଟ୍ରରେ ୧୩ ଟି ଥରମାଲ ପାଓ୍ବାର ପ୍ଲାଣ୍ଟ ବନ୍ଦହୋଇଯାଇଛି । କୋଇଲା ସଂଙ୍କଟ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କୋଇଲା ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ।
ଅନ୍ୟ ପଟେ କେନ୍ଦ୍ର ସରକାର କୋଇଲା ଯଥେଷ୍ଟ ପରିମାଣରେ ମହଜୁଦ ଥିବା ସହିତ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ରର ଏହି ଦୃଢୋକ୍ତିକୁ ଦେଖି ବିରୋଧୀ ପାଲଟା ଜବାବ ଦେଇଛନ୍ତି , କରୋନା ମହାମାରୀର ଦ୍ୱିତୀୟ ଲହରରେ ଅମ୍ଲଜାନ ସଙ୍କଟ ଯୋଗୁ ଲୋକେ ମରୁଥିବା ବେଳେ ମଧ୍ୟ କେନ୍ଦ୍ର ଅମ୍ଲଜାନ ସିଲିଣ୍ଡର ମହଜୁଦ ଥିବା ନେଇ କେନ୍ଦ୍ର କହୁଥିଲା ।
ଭାରତରୁ ଅଧାରୁ ଅଧିକ ବିଦ୍ୟତ୍ ପ୍ଲାଣ୍ଟ ରେ ଉତ୍ପାଦନ ବନ୍ଦ ହୋଇଯାଇଛି । ସରକାରୀ ସୂଚନା ମୁତାବକ ଦେଶରେ ୧୩ ଦିନ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଷ୍ଟକ ହୋଇରହିଥିଲା । ତେବେ କୋଇଲା ଅଭାବକୁ ଦୃଷ୍ଟିରେ ରଖି ଆଲୁମିନିୟମ ସମେତ ଇସ୍ପାତ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଯୋଗାଣ କମ କରିଦେଇଛନ୍ତି । କୋଇଲା ଅଭାବରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଲେ ଦେଶରେ ସମ୍ପୁର୍ଣ୍ଣ ଅର୍ଥନୀତୀ ଭୁଷୁଡି ପଡିଯିବା ନେଇ ଆଶଙ୍କା ଘନଉଛି ।