ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ବ୍ୟାଙ୍କରେ ମକ୍ ଡ୍ରିଲ

ଭୁବନେଶ୍ୱର: ଲୋକମାନଙ୍କୁ ସଚେତନ କରିବା ତଥା ବ୍ୟାଙ୍କ କର୍ମଚାରୀ ଓ ପୁଲିସର ପ୍ରତିକ୍ରିୟା (response) ସମୟକୁ  ପରିଖିବା ଲାଗି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ ମୁତାବକ ଆଜି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଅନ୍ତର୍ଗତ ୯ ଟି ଥାନା ପରିସର ମଧ୍ୟରେ ଥିବା ମୋଟ ୧୮ ଟି ବ୍ୟାଙ୍କରେ ମକ୍ ଡ୍ରିଲ ଅଭ୍ୟାସ କରାଯାଇଥିଲା । ଏହି ମକଡ୍ରିଲ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ହଠାତ୍ ଯଦି କୌଣସି ବ୍ୟାଙ୍କରେ କିଛି ବି ଅଘଟଣ ଘଟେ କିମ୍ବା କୌଣସି ବ୍ୟାଙ୍କରେ ଡକାୟତି ଭଳି ବଡଧରଣର ଅପରାଧ ହୁଏ, ତେବେ ପୁଲିସର ପ୍ରତିକ୍ରିୟା କିପରି ହେବା ଦରକାର, ପୁଲିସ କେତେ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିବା ଦରକାର, ତଥା ଏହି ଅଘଟଣ ସମୟରେ ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ମାନେ କ’ଣ କରିବା ଉଚିତ୍ ଓ ବ୍ୟାଙ୍କ୍ ର ଆଲାର୍ମିଂ ସିଷ୍ଟମ୍ କାମ କରୁଛି କି ନାହିଁ ପରଖିବା ସହ ସେ ବିଷୟରେ ଅଭ୍ୟାସ କରାଯାଇଥିଲା ।