(ସରୋଜ କୁମାର ରାଉତ)ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ପଂଚାୟତରାଜ ଓ ପାନୀୟ ଜଳ ବିଭାଗ। ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସାମିଲ ହେଲା ବିଭାଗ। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରତାପ ଜେନା , ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ପ୍ରମୁଖ ବିଭାଗୀୟ ସଚିବ ଡି କେ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ପ୍ରାୟ ୧୦ ବିଭାଗ ମୋ ସରକାର ଅଧୀନକୁ ଆସିଥିବା ବେଳେ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗ ମୋ ସରକାରରେ ସାମିଲ ନେଇ ସରକାର ଲକ୍ଷ ରଖିଛନ୍ତି ସରକାର। ରାଜ୍ୟର ୩୧୪ ବ୍ଲକ ଏବଂ ୩୦ ଡିଆରଡିଏରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ୨୦୨୪ ସୁଦ୍ଧା ପ୍ରତେକ ପରିବାରକୁ ପକ୍କାଘର ଓ ପାନୀୟ ଜଳ ଯୋଗାଣ ଦେବାର ଲକ୍ଷ ରହିଛି । ଏମଜି ଏନଆରଇଜିଏସ ମାଧ୍ୟମରେ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରାଯିବା ଯୋଗୁ ଦାଦନ ସଂଖ୍ୟା କମେଇବା ପାଈଁ ବିଭାଗ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। ଏହାଛଡା ବିଭାଗ ଗ୍ରାମାଞ୍ଚଳରେ ଗୋଷ୍ଠୀ କେନ୍ଦ୍ର, ବିଦ୍ୟାଳୟ ମାନଙ୍କରେ ଖେଳ ପଡିଆ, ଗାଧୁଆ ତୁଠ ଆଦି ନିର୍ମାଣ କରୁଛି । ପଂଚାୟତରାଜ ବିଭାଗ ମୋ ସରକାର ଅଧୀନକୁ ଆସିବା ପରେ ଅଧିକ ନିଷ୍ଠା ଓ ସ୍ୱଚ୍ଛତାର ସହକାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।