ବ୍ୟୁରୋ-: ହୋମଗାର୍ଡ ନିଯୁକ୍ତି ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ବାଲେଶ୍ୱର ଏସପି । ହୋମଗାର୍ଡରେ ଚାକିରୀ କରେଇଦେବାକୁ କହି, ଏସ୍ପିଙ୍କ ନାଁରେ ଶତାଧିକ ପିଲାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣୁଥିଲେ ଏସପିଙ୍କ ପି.ଏସ.ଓ ଅସୀମ ରଞ୍ଜନ । ଲାଞ୍ଚ ଟଙ୍କା ଆଣିବାକୁ ଅସୀମଙ୍କ ନିକଟରେ କ୍ୟାସ୍ ଠାରୁ ଆରମ୍ଭ କରି ଫୋନ-ପେ ପର୍ୟ୍ୟନ୍ତ, ସବୁ କିଛି ଥିଲା ମାଧ୍ୟମ ।
ତେବେ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ, ଟଙ୍କା ନେଇ ଗୋଟିଏ ଜାଗାରୁ ଅନ୍ୟ ସ୍ଥାନକୁ ବଦଳି କରିବା ଓ ଚାକିରୀ କର୍ଇ ଦେବାକୁ କହୁଥିବା ପି.ଏସ.ଓ ଅସୀମ ସିନା ଏସ୍ପିଙ୍କ ସୁରକ୍ଷା ଦାଇତ୍ୱରେ ଥିଲେ । କିନ୍ତୁ ଏବେ ତାଙ୍କୁ ସୁରକ୍ଷା ଦେବାକୁ ଅନେକ ବଡ ବଡ ଲୋକ ଆଗେଇ ଆସିଛନ୍ତି । ଏମିତି କି, ତାଙ୍କ କଳାକାରନାମାର ସବୁ ପ୍ରମାଣ ମିଳିବା ପରେ, ଯେତେବେଳେ ତାଙ୍କୁ ନିଲମ୍ବନ କରିବା ପାଇଁ ଅର୍ଡର ଜାରି କରଯାଇଛି ତାକୁ ଉଠାଇବାକୁ ତାଙ୍କର ବାଲେଶ୍ୱରର ଜଣେ ବିଧାୟକଙ୍କ ଭିଣୋଇ ଡି.ଆଇ.ଜିଙ୍କ ଉପରେ ଚାପ ପକାଉଥିବା ଶୁଣିବାକୁ ମିଳୁଛି । କେବଳ ସେତିକି ନୁହେଁ, ଡି.ଆଇ.ଜି ବିଧାୟକଙ୍କ କଥାରେ ରାଜି ନହେବାରୁ, ଡି.ଆଇ.ଜିଙ୍କୁ ମଧ୍ୟ ବଦନାମ୍ କରିବାକୁ ଏବେ ବ୍ଲୁ-ପ୍ରିଣ୍ଡ ପ୍ରସ୍ତୁତ ହୋଇଥିବା ଶୁଣିବାକୁ ମିଳିଛି । କିଛି ଗଣମାଧ୍ୟମକୁ ଢାଲ କରି ତାଙ୍କର ଛବିକୁ ବିଗାଡିବାକୁ ସବୁ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କି, ଯଦି ଦୁର୍ନୀତିର ଲିଙ୍କରେ୍ ଏସ୍ପିଙ୍କ ପି.ଏସ.ଓ ତଥା ବିଧାୟକଙ୍କ ଶଳା ରହିଛନ୍ତି । ତେବେ ଡି.ଆଇ.ଜି ସତ୍ୟଜିତ୍ ନାୟକଙ୍କ ନାଁ କିଛି ଗଣମାଧ୍ୟମ ଏହି ଘଟଣାରେ କାହିଁକି ଯୋଡୁଛନ୍ତି ? ଏମିତିରେ ବି, ଡି.ଆଇ.ଜି ସତ୍ୟଜିତ୍ ନାୟକ ପୂର୍ବରୁ ବାଲେଶ୍ୱରର ଏସ୍ପି ରାଜ ପ୍ରସାଦଙ୍କୁ ବଦଳି କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଅବଗତ କରାଇସାରିଛନ୍ତି । ଅବସ୍ୟ ଏହି ଘଟଣାରେ ଯେ ଏସ୍ପିଙ୍କର ହାତ ଅଛି, ଆମେ ସେ କଥା କହୁନୁ । କାରଣ ଘଟଣା ଏବେ ମଧ୍ୟ ବିଚାରାଧିନ । ହେଲେ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି, ସମୟ ଥାଉ ଥାଉ ଯଦି ଡି.ଆଇ.ଜି ସତ୍ୟଜିତ୍ ନାୟକଙ୍କ କଥାକୁ ଗୁରୁତ୍ୱ ଦିଆଯାଇଥାନ୍ତା, ଆଜି ହୁଏତ ଏଭଳି କିଛି ସମସ୍ୟ ଦେଖିବାକୁ ମିଳି ନଥାଆନ୍ତା ।