ଭୁବନେଶ୍ୱର : ମିଳିଲା ନିଖୋଜ ଯୋଗେଶ ବାଲାଜିଙ୍କ ପତ୍ତା। ପୁଅକୁ ଫେରିପାଇଛନ୍ତି ବାପା ମା। ଜେନାପୁର ରେଳ ଷ୍ଟେସନରୁ ଯୋଗେଶଙ୍କୁ ଉଦ୍ଧାର କରିଛି ମୈତ୍ରୀ ବିହାର ପୋଲିସ । ପିଲାଟିକୁ ଉଦ୍ଧାର କରିବା ପରେ ଭୁବନେଶ୍ୱର ଆଣୁଛି ପୁଲିସ । ୮ ଦିନ ହେଲା ନିଖୋଜ ଥିଲେ ଯୋଗେଶ ବାଲାଜି ଲିଙ୍ଗାଡ଼ି ।
ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରି ଥାନା ଆଗରେ ଧାରଣାରେ ବସିଥିଲେ। ଏନେଇ ଥାନାରେ ଅପହରଣ ମାମଲା ରୁଜୁ ପରେ ପୁଅକୁ ଖୋଜୁଥିଲା ପୋଲିସ। ପୁଅ ମିଳିବା ପରେ କମିଶନରେଟ୍ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଭୁବନେଶ୍ୱରରୁ ଯାଜପୁରକୁ କିଭଳି ଗଲା ସେନେଇ ତନାଘନା ଚଳାଇଛି ପୋଲିସ।