୧୨ ଘଣ୍ଟା ପରେ ମିଳିଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁରରେ ପିସି ବ୍ରିଜ୍‌ରୁ ଡେଇଁ ଭିସୁଟ୍ ଛାତ୍ରୀ ନିଖୋଜ ଘଟଣା ।। ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ପାଣିକୁ ଡେଇଁ ନିଖୋଜ ଥିଲେ। ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ । ଛାତ୍ରୀ ଜଣକ ହେଲେ କଳାହାଣ୍ଡି ଜିଲ୍ଲାର ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ। ସେବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରୁ IT ପାସ୍ ଆଉଟ୍‌ କରିଥିଲେ। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସାର୍ଟିଫିକେଟ୍ ମଧ୍ୟ ନେଇଥିବା ସୂଚନା ମିଳିଛି।

ତେବେ ଏହାପରେ ସେ ପି.ସି. ବ୍ରିଜ୍‌ରୁ ପାଣିକୁ ଡେଇଁ ପଡିଥିବା ଖବର ସାମ୍ନାକୁ ଆସିଥିଲା। ତେବେ ପାୱାର ଚାନେଲରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ମିଳିଛି । ୧୦ଘଣ୍ଟାର ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଗତକାଲି ରାତି ୧୦ଟାରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଡେଇଁପଡ଼ିଛନ୍ତି । ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ । ତେବେ କେଉଁ ପରିସ୍ଥିତିରେ ଚିନ୍ମୟୀ ବ୍ରିଜ୍‌ରୁ ପାଣିକୁ ଡେଇଁଲେ ତାହା ଜଣାପଡ଼ିନି।