ପୁରୀ(ଜୟନ୍ତ କୁମାର ସେଠୀ): ନୂତନ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସାନ୍ଧୁଙ୍କୁ ମିଳିଛି ଆଉ ଏକ ଉପହାର । ପୁରୀ ବେଳାଭୂମିରେ ବାଲୁକା କଳାରେ ସ୍ଥାନ ପାଇଛନ୍ତି ବିଶ୍ୱ ସୁନ୍ଦରୀ । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ହରନାଜଙ୍କୁ ମିସ ୟୁନିଭର୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ୨୦୨୧ ମିସ ୟୁନିଭର୍ସ ପ୍ରତିଯୋଗିତାରେ ବାଜି ମାରିଛନ୍ତି ଭାରତର ମହିଳା ପ୍ରତିଯୋଗୀ ହରନାଜ କୌର ସାନ୍ଧୁ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଚାର ସୁଅ ଛୁଟିଛି । ତେଣୁ ଓଡିଶାର ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ତାଙ୍କୁ ନିଜ ଅନ୍ଦାଜରେ ଅଭିନନ୍ଦନ ଜଣାଇଛନ୍ତି ।