ଚାକିରି ନାଁରେ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟ ସହରରେ ପୁଣି ଦେଖିବାକୁ ମିଳିଛି ଏକ ମାନବୀୟ ଘଟଣା । ଚାକିରି କରାଇଦେବା ନାଁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାପରେ କୋରାପୁଟ ଟାଉନ ଥାନା ପୋଲିସ ଅଭିଯୁକ୍ତ ତୁଷାରକାନ୍ତ ତୁରୁକୁକୁ ଗିରଫ କରିବା ସହିତ ମହିଳାଙ୍କୁ ଉଦ୍ଧାର କରିଛି ।
ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ତୁଷାରକାନ୍ତ ତୁରୁକୁ ସେହି ଗ୍ରାମର ଜଣେ ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଅମ୍ବିକା ହୋଟେଲକୁ ଡାକିଥିଲା । ସେଠାରେ କଥାବାର୍ତ୍ତା ସମୟରେ ମହିଳାଙ୍କୁ ମଦ ପିଆଇ ଦେଇଥିଲା ତୁଷାର । ନିଶାଶକ୍ତ ଅବସ୍ଥାର ସୁଯୋଗ ନେଇ ତୁଷାର ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପିଡୀତା ମହିଳା । ତେବେ କୌଣସି ପ୍ରକାରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଖବର ଦେବା ପରେ ସେ ପୋଲିସର ଆଶ୍ରୟ ନେଇଥିଲେ । ତେବେ କୋରାପୁଟ ଟାଉନ ପୋଲିସର ଏକ ଟିମ ପକ୍ଷରୁ ଅମ୍ବିକା ହୋଟେଲର ୧୦୬ ନମ୍ବର ରୁମରେ ଚଢାଉ କରାଯାଇଥିଲା । ଏଠାରେ ତୁଷାର ଏବଂ ମହିଳାଙ୍କୁ ପୋଲିସ ଉଦ୍ଧାର କରି ଥାନାକୁ ଅଟକ ରଖିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି । ଏଥି ସହିତ ବିରୁଦ୍ଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି କୋରାପୁଟ ଟାଉନ ପୋଲିସ ।