ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ସେକ୍ସ ରାକେଟ ଲିଙ୍କ୍ ସ୍ପଷ୍ଟ ହେଲା । ନାବାଳିକାଙ୍କ ଠିକଣା ଖୋଜି ଖୋଜି ପହଞ୍ଚିଲା ପୋଲିସ୍ । ଲକ୍ଷ୍ମୀ ସାଗର ଅଞ୍ଚଳରେ ରେଡ୍ ବେଳେ ଧରାପଡ଼ିଲା । ପୀଡ଼ିତା ନାବାଳିକାଙ୍କ ଘର ଝାଡ଼ଖଣ୍ଡ । ନାବାଳିକାଙ୍କୁ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା । ଏହି ଚଢ଼ାଉ ବେଳେ ୧୦ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ୍ । ଲକ୍ଷ୍ମୀସାଗର ଅଞ୍ଚଳର ଘର ମାଲିକଙ୍କ ସମେତ ୪ ଜଣ ଗିରଫ । ୩ ଯୁବତୀଙ୍କୁ ଉଦ୍ଧାର କରି ମାମଲା ରୁଜୁ କଲା ପୋଲିସ ।
ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଅଶୋକନଗରରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ନାବାଳିକା ଜଣକ । କିଛି ଲୋକ ଜନପଥ କଡ଼ରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେବା ସହ ପୁଲିସକୁ ଖବର ଦେଇଥିଲେ । ପ୍ରାଥମିକ ଭାବେ ନାବାଳିକାଙ୍କ ସହ ଯୌନ ଉତ୍ପୀଡ଼ନ ସ୍ପଷ୍ଟ ହୋଇଥିବା ବେଳେ, କ୍ୟାପିଟାଲ ଥାନାରେ ମାମଲା ରୁଜୁ କରି ଛାନଭିନ କରୁଛି କମିଶନରେଟ୍ ପୁଲିସ । ପୀଡ଼ିତାଜଣକ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡ଼ିଛି । ତେବେ ତାଙ୍କର କୌଣସି ସଂପର୍କୀୟଙ୍କ ପତ୍ତା ମିଳିନଥିବାରୁ ପୋଲିସ ସେ ଦିଗରେ ବି ତଦନ୍ତ ଚଳାଇଛି ।