ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଙ୍କ ସମେତ ରାଜ୍ୟର ମନ୍ତ୍ରୀଙ୍କ ସମ୍ପତି ତାଲିକା । ସାର୍ବଜନୀନ ହେଲା ମନ୍ତ୍ରୀଙ୍କ ସମ୍ପତି, ସ୍ୱଛତା କୁ ଗୁରୁତ୍ୱ,କେଉଁ ମନ୍ତ୍ରୀ କେତେ ଧନୀ, କିଏ ରଖିଛି କେତ ଟଙ୍କା, ଲୋକେ ଜାଣିବେ ସେମାନଙ୍କ ମନ୍ତ୍ରୀ ଙ୍କ ସମ୍ପତି, ୨୦୧୯ ମସିହା ଠାରୁ ଏଭଳି ସାର୍ବଜନୀନ ହେଉଛି ମନ୍ତ୍ରୀ ଙ୍କ ସମ୍ପତି ତାଲିକା,୨୦୨୧ ଡିସେମ୍ବର ସୁଦ୍ଧା ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତି ତାଲିକା ସିଏମଓ ୱେବସାଇଟରେ ଉପଲବ୍ଧ କରାଯାଇଛି । ୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି ଟଙ୍କାରୁ ଅଧିକ ରହିଛି । ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ସ୍ଥାବର ଅସ୍ତାବର ତାଲିକା ଆସିଛି । ଯେଉଁଥିରେ ତାଙ୍କର ରହିଛି ଜମି ୪ କୋଟି ୧୪ ଲକ୍ଷ, ଘରର ମୂଲ୍ୟ ୨ କୋଟି ୨୦ ଲକ୍ଷ, ସେଥିରୁ ନୟାପଲ୍ଲୀରେ ଥିବା ଘରର ତାଙ୍କ ସ୍ତ୍ରୀ ନାଁରେ ରହିଛି । ଯାହାର ମୂଲ୍ୟ ୯୭ ଲକ୍ଷ ଟଙ୍କା । ସେ ଏହି ଘର ପାଇଁ ୟୁନିୟନ ବ୍ୟାଙ୍କରୁ ୯୭ ଲକ୍ଷ , ଏତତବ୍ୟତୀତ ଆଇଆରସି ଭିଲେଜରେ ୯୦ ଲକ୍ଷ ଟଙ୍କା ଘର ରହିଛି । ଆଉ ଏôତପାଇଁ ସେ ୟୁକୋ ବ୍ୟାଙ୍କରେ ୯୦ ଲକ୍ଷ ଟଙ୍କା ଋଣ ଆଣିଥିବା ଉଲ୍ଲଖ କରିଛନ୍ତି ।
ଏଥିସହ ତାଙ୍କ ପାଖରେ ନଗଦ ଅର୍ଥରାଶି ୫୫ ହଜାର ଟଙ୍କା ରହିଥିବା ବେଳେ ତାଙ୍କ ସ୍ତ୍ରୀ ନାଁରେ ଏହି ଟଙ୍କା ରହିଛି । ଏହାସହିତ ୟୁକୋ ବ୍ୟାଙ୍କରେ ୧୨ ଲକ୍ଷ ୫୭ ହଜାର ଟଙ୍କା ଆକ୍ସିସ ୫ ହଜାର ଟଙ୍କା,କାନଡା ବ୍ୟାଙ୍କରେ ୧୦ ଲକ୍ଷ ୧୮ ହଜାର ଟଙ୍କା. ତାଙ୍କ ସ୍ତ୍ରୀଙ୍କ ନାମରେ ଏଚ.ଡି.ଏଫ୍ ବ୍ୟାଙ୍କରେ ୪୨ ହଜାର ଓ ୪ ହଜାର ଟଙ୍କା, ଏକ୍ସିକ୍ ବ୍ୟା ୩୯ ହଜାର ୭୩୬, ୩୫,ହଜାର ୯୪୦ ଟଙ୍କା ରହିଥିବାବେଳେ ଷ୍ଟେଟ ବ୍ୟାଙ୍କରେ ରହିଛି ୫୬ ହଜାର ୩୬୧ ଟଙ୍କା । ଏଥିସହ ଏହାକୁ ଛାଡି ୮୫ ଗ୍ରାମର ସୁନାଗହଣା ତାଙ୍କର ପାଖରେ ରହିଛି,ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର, ଅନ୍ୟାନ୍ୟ ଲାପଟପ୍ ,ଫନିଚର, ଟିଭି ଆଦି ୨ଲକ୍ଷ ଟଙ୍କା ରହିଛି । ପ୍ରତୀରଞ୍ଜନ ଘଡାଇ ହେଉଛନ୍ତି ପୂବର୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ସୁପୁତ୍ର । ବର୍ତମାନ ନବୀନ ପଟ୍ଟନାୟକ ସରକାରରୁ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଓ ବୈଷିୟିକ ଶିକ୍ଷାମନ୍ତ୍ରୀ ଅଛନ୍ତି ପ୍ରୀତିରଞ୍ଜନ ଘଡାଇ । ସେ ଜଣେ ଯୁବ ବିଧାୟକ ହୋଇଥିବା ବେଳେ ସେ ଅନେକ ଯୁବକଙ୍କ ପାଇଁ ସେ ରୋଲ ମଡେଲ ସାଜିଛନ୍ତି । ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ୫ଟି ଆଧାରରେ ସରକାରୀ ସ୍ତରରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୯ ମସିହା ପରଠାରୁ ରାଜ୍ୟର ସମସ୍ତ ମନ୍ତ୍ରୀ ନିଜର ସ୍ଥାବର ଓ ଅସ୍ତାବର ତାଲିକା ମୁଖ୍ୟମନ୍ତ୍ରୀଙ୍କ ସି.ଏମ୍ ଓ ୱେଟ ସାଇଟ୍ ରେ ଉପଲବ୍ଧ ହୋଇଆସୁଛି । ଏହାକୁ ଅନୁପାଳନ କରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ନିଜର ସମ୍ପତ୍ତି ତାଲିକାକୁ ପ୍ରକାଶ କରିଛନ୍ତି ।