ଭଲ ଅଫିସର ନିଜ ବିଭାଗକୁ ନେବା ପାଇଁ ମନ୍ତ୍ରୀ ମାନେ ବି ସମୀକ୍ଷା କରନ୍ତି

ଭୁବନେଶ୍ୱର:- ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଫିସରଙ୍କୁ ପରାମର୍ଶ ଦାୟୀ କହିଛନ୍ତି ଭଲ ଅଫିସର ହୁଅ ମନ୍ତ୍ରୀ ଖୋଜିବେ । ଭଲ ବିଭାଗ ପାଇଁ ନେତା ମନ୍ତ୍ରୀଙ୍କ ପାଖରେ ତେଲ ମାରିବାକୁ ପଡିବ ନାହିଁ । ବଡ଼ ଅଫିସର ବଡ଼ ଲୋକ ହୋଇଯିବେ କିନ୍ତୁ ଭଲ ମଣିଷ ଆଉ ଭଲ ଅଫିସର ହେବାକୁ ପଡିବ । ଭଲ ଅଫିସର ପାଇଁ ଲୋକଙ୍କ ଭିତରେ ପଶିବାକୁ ପଡିବ । ମନ୍ତ୍ରୀ ମାନେବି ସମୀକ୍ଷା କରି ଭଲ ଅଫିସର ନିଜ ବିଭାଗ କୁ ନେବାକୁ ଚାହାନ୍ତି । ସେହି ଅଫିସରକୁ ସେମାନେ ନିଅନ୍ତି ଯେଉଁମାନେ କେଉଁଠି ତେଲ ମକୀ କୁହନ୍ତିନି ମତେ କୋଉ ବିଭାଗ କୁ ନେଇଯାଅ । ମୁଁ ନିଜେ ଖୋଜେ ଭଲ ଅଫିସରଙ୍କୁ ମୋ ବିଭାଗ କୁ ଆଣିବା ପାଇଁ ।