କଟକ: ଏସସିବି ମେଡିକାଲ ପରିଦର୍ଶନ କରି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ। ଏପରେ ସେ ଗଣମାଧ୍ୟମକୁ କହିଛନ୍ତି, ଏସସିବିରେ ସମସ୍ତ ବ୍ୟବସ୍ଥା କରାଯାଇଛି। ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଓ ଆଟେଣ୍ଡାଣ୍ଟମାନଂକୁ ସମସ୍ତ ସୂଚନା କିପରି ମିଳି ପାରିବ ତାହା ଉପରେ ଗୁରୁତ୍ୱ ଦିଆ ଯାଇଛି। ଏସସିବି ମେଡିକାଲରେ ବେଡ଼ ପ୍ରସ୍ତୁତ ରହିଛି ଆବଶ୍ୟକ ହେଲେ ଆହୁରି ଅଧିକ ବେଡ଼ର ବ୍ୟବସ୍ଥା କରାଯିବ। ରକ୍ତର ଅଭାବ ଯେପରି ନ ହୁଏ ତାହାକୁ ନଜରରେ ରଖି ରକ୍ତଦାନ ପାଇଁ ଶହ ଶହ ସ୍ବେଚ୍ଛାସେବୀ ଓ ଯୁବକ ମଧ୍ୟ ଆଗେଇ ଆସିଛନ୍ତି। କଟକ ସହରରେ ଏହି ରକ୍ତଦାନ ଶିବିର ଜାରି ରଖାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ। କଟକରେ ଏବେ ୧୦୫ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ଭିତରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।