ଶିବ ମନ୍ଦିର ରୁ ଲକ୍ଷାଧିକ ଟଙ୍କାର କଳା ମୁଗୁନି ପଥର ମୂର୍ତ୍ତି ଚୋରି

0

ସାଲେପୁର /ତାରାକାନ୍ତ ନାୟକ: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାଲିସାହି ପଞ୍ଚାୟତରେ ଥିବା ବିଶେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କଳା ମୁଗୁନି ପଥର ରେ ନିର୍ମିତ ନାରାୟଣ ମୂର୍ତ୍ତି କେହି ଦୁର୍ବୃତ୍ତ ଚୋରୀ କରି ନେଇଯାଇଛି। ରବିବାର ସଂଧ୍ୟାରେ ମନ୍ଦିର ର ପୂଜକ ପୂଜାର୍ଚ୍ଚନା ସାରି ମନ୍ଦିରରେ ତାଲା ପକାଇ ଯାଇଥିଲେ । ହେଲେ ଆଜି ସକାଳୁ ପୂଜକ ପୂଜାର୍ଚ୍ଚନା କରିବାକୁ ଆସିଥିବା ବେଳେ କେହି ଦୁର୍ବୁତ୍ତ ମନ୍ଦିରର ତାଲା ଭାଙ୍ଗି ବହୁ ପୁରାତନ ଦୁର୍ଲ୍ଲଭ ମୂଲ୍ୟର କଳା ମୁଗୁନିପଥର ରେ ନିର୍ମିତ ମୃତ୍ତିକୁ ଚୋରି କରି ନେଇଯାଇ ଥିବା ଦେଖିବାକୁ ପାଇଥିଲେ । ଚୋରି ହୋଇଥିବା କଳା ମୁଗୁନି ପଥର ମୂର୍ତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରା ଯାଉଛି । ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି ।ଅଭିଯୋଗ ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି କିଛିଦିନ ତଳେ ଏହି ପଞ୍ଚାୟତ ରେ ଥିବା ପ୍ରସିଦ୍ଧ ଆରଧ୍ୟଦେବୀ ବଟେଶ୍ୱର ମା ଭଗବତୀଙ୍କ ମନ୍ଦିରରୁ ୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଅଷ୍ଟଧାତୁର ମୂର୍ତ୍ତି ଚୋରୀ ହୋଇଥିବା ବେଳେ ଏହାର କିଛି ଦୂରରେ ଅବସ୍ଥିତ ବିଶେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ପୁଣି ଚୋରୀ ହେବା ସାଲେପୁର ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।