ଭୁବନେଶ୍ୱର(ଆଦର୍ଶ ରାଉତ) : ୧.୧୮ କୋଟି ବୀମା ଟଙ୍କା ହଡପ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ଏଲଆଇସି ଏଜେଣ୍ଟ କବିରାଜ ବେହେରାଙ୍କୁ ଗିରଫ କରିଛି । ଏଲଆଇସି ଖୋର୍ଦ୍ଧା ଶାଖା ପକ୍ଷରୁ ଏନେଇ ଅଭିଯୋଗ ପରେ ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା ।
୨୦୦୩ରୁ ଏଲ ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ କବିରାଜ ବେହେରା । ୨୦୧୩ରୁ ୨୦୧୯ ମଧ୍ୟରେ ୪ ଜଣ ମୃତ ବ୍ୟକ୍ତି ନାମରେ ସେ ୨୩ଟି ପଲିସି ମାଧ୍ୟମରେ ବୀମା ଟଙ୍କା ହଡପ କରିଥିଲେ ।
ସୂଚନା ଅନୁସାରେ ପଲିସି ଗୁଡ଼ିକୁ ୨ରୁ ୫ ବର୍ଷ ଯାଏଁ ସଚଳ ରଖି ପ୍ରିମିୟମ ଭରୁଥିଲେ କବିରାଜ । ଏଥିପାଇଁ ସେ ଜାଲ୍ ମୃତ ପ୍ରମାଣ ପତ୍ର ବ୍ୟବହାର କରୁଥିଲେ । ଗିରଫ ବ୍ୟକ୍ତିଙ୍କ ଘରେ ଇଓଡବ୍ଲୁର ରେଡ୍ ବେଳ ଭୋଟର କାର୍ଡ, ଆଧାର କାର୍ଡ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସବୁକ୍, ଚେକ୍ ବୁକ୍ ଏବଂ ଏଲଆଇସିର କିଛି କାଗଜ ପତ୍ର ଜବତ କରିଛି । ଅଧିକ ତଥ୍ୟ ହାସଲ ପାଇଁ ଇଓଡବ୍ଲୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ କରିଛି ।