ଲୋକସେବା ଭବନରେ ମିଲେଟ ଶକ୍ତି କାଫେକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସେବା ଭବନ ରେ ଖୋଲିବ ମିଲେଟ ଶକ୍ତି କାଫେ । ଆସନ୍ତା ୨୩ ତାରିଖ ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କୁ ଆସୁଥିବା କର୍ମଚାରୀ ଓ ପରିଦର୍ଶକ ଙ୍କୁ ପୃଷ୍ଟି ଶସ୍ୟକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ଏହି ମିଲେଟ ଶକ୍ତି କାଫେ କୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ପରିଚାଳନା କରିବେ । ମିଲେଟ ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ କୁ ଅଧିକ ରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଏହି ପଦକ୍ଷେପ ନିଆଯଉଛି । ଭୁବନେଶ୍ୱର ବିମାନବନ୍ଦର ଓ କଳିଙ୍ଗ ଷ୍ଟାଡିୟମ ରେ ମଧ୍ୟ ମିଲେଟ କାଫେ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଗୋଲଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ । ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ ।