ବ୍ୟୁରୋ : ଆଦିବାସୀ ମୁଲାଖାଦ୍ୟ ମାଣ୍ଡିଆ ଏବେ ବିଶ୍ୱବାସୀଙ୍କ ପାଇଁ ପାଲଟିଛି ବରଦାନ | ମାଣ୍ଡିଆର ଚାହିଦା ଆଜିକା ଦିନରେ ବଢ଼ିବାରେ ଲାଗିଛି | କାରଣ ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ ହିତ ସାଧ୍ୟ | ଏହାକୁ ସୁଆଦିଆ ବନାଇବା ପାଇଁ ଲୋକେ ଅନେକ ପକ୍ୱପଦ୍ଧତି ଆପଣାଉଛନ୍ତି | କେତେବେଳେ ଏହାକୁ ରୁଟି ଆକାରରେ ଲୋକେ ଖାଇବାକୁ ପସନ୍ଦ କରୁଛନ୍ତି ତ କେତେବେଳେ ଏହାକୁ ବିଭିନ୍ନ କିସମର ମିଠା ବଣାଇ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ | ତେବେ ଆଜି ମେ ଆମ ସ୍ପେଶାଲ ଡ଼ିସରେ ଜାଣିବା ମାଣ୍ଡିଆରେ କିପରି ପ୍ରସ୍ତୁତ ହୁଏ କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ରସାବଳୀ |
ଆବଶ୍ୟକ ସାମଗ୍ରୀ: ରାବିଡି ପାଇଁ ନିଅନ୍ତୁ ଗୋଟିଏ ଲିଟର କ୍ଷୀର, ମାଣ୍ଡିଆ ୩ ଚାମଚ, ସୁଜି ଗୋଟେ ଚାମଚ, ଚିନି ଗୋଟେ ଚାମଚ, ତିନୋଟି ଗୁଜୁରାତି |
ପ୍ରସ୍ତୁତି ପ୍ରଣାଳୀ: ମାଣ୍ଡିଆ, ସୁଜି, ଚିନିକୁ ପକାଇ ମିଶାନ୍ତୁ । ଏବେ ଏଥିରେ ପାଣି ଦେଇ ଗୋଳାନ୍ତୁ । ଏବେ ସେଥିରେ ଗୁଜୁରାତି ୩ଟି ଗୁଣ୍ଡ କରି ପକାଇ ଦିଅନ୍ତୁ । ଏବେ ଏଥିରେ ଟିକେ ଲୁଣ ପକାଇ ମିଶାନ୍ତୁ ।
ଗ୍ୟାସରେ ଗୋଟେ ପ୍ୟାନ ବସାନ୍ତୁ । ଏବେ ଏଥିରେ ଦୁଇ ଚାମଚ ତେଲ ପକାଇବେ । ତେଲ ଗରମ ହୋଇଗଲେ ଏଥିରେ ମାଣ୍ଡିଆକୁ ଛୋଟ ଛୋଟ ପିଠା ଭଳି ପ୍ୟାନରେ ପକାଇବେ । ତେଲ ଗରମ ହୋଇଗଲେ ଏଥିରେ ମାଣ୍ଡିଆକୁ ଗୋଟେ ପ୍ଲେଟ ଉପରେ କାଢି ଦିଅନ୍ତୁ । ଏହା ଉପରେ ରାବିଡିକୁ ଢାଳି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ରସାବଳି |