(କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲମତା ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କରପା ପଞ୍ଚାୟତର ଶୁଳିପଦର ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପୁଲିସ୍ ପକ୍ଷରୁ ସ୍ଥାନୀୟ ପୁଲିସ୍ ସହଯୋଗରେ ମୈତ୍ରୀମେଳା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥିମାନଙ୍କୁ ଅଞ୍ଚଳବାସୀ ବାଦ୍ୟବାଜଣା ବଜାଇ ଢେମ୍ସା ନାଚରେ ମଞ୍ଚକୁ ପାଛୋଟି ଆଣିଥିଲେ।ଏଥିରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ରାମପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ୟକ୍ରମଟିକୁ ଉଦଘାଟନ କରିଥିଲେ।ଏହି କାର୍ୟ୍ୟକ୍ରମରେ ଡି.ଏସ୍.ପି ତପନ ନାରାୟଣ ରଥ,ଡି.ଏସ୍.ପି ଅରୁପ ଅଭିସେକ୍ ବେହେରା,ଥାନା ଅଧିକାରୀ ସୁକୁମା ହଂସଦା ,କରପା ସରପଞ୍ଚ ସିନ୍ଦୁ କୁଲେସିକା,ସମିତି ସଭ୍ୟ ନବୀନ କଞ୍ଜାକା ପ୍ରମୁଖ ମଞ୍ଚାସୀନ ରହିଥିଲେ।ଏହି କାର୍ୟ୍ୟକ୍ରମରେ ଲୋକଙ୍କ ପାଇଁ ପୁଲିସ୍ ରହିଛି,ପୁଲିସ୍ କୁ ଭୟ କରନାହିଁ,ମିତ୍ର ଭାବି ସୁଃସମ୍ପର୍କ ସ୍ଥାପନ କର,ଏ ଅଞ୍ଚଳର ସମସ୍ତ ସୁବିଧା ଅସୁବିଧାକୁ ପୁଲିସ୍ ର ନଜରକୁ ନେବାପାଇଁ, ଲୋକମାନଙ୍କୁ ସ୍ପଷ୍ଟ ଭାବେ ବୁଝେଇ କୁହାଯାଇଥିଲା।ଏଥିରେ ପୁଲିସ୍ ପକ୍ଷରୁ ସ୍ଥାନୀୟ ଭ୍ରାମ୍ୟମାଣ ଚିକିସ୍ଛକ ଡାକ୍ତର ପ୍ରକାଶ ଚନ୍ଦ୍ର ରାଉତ ପ୍ରାୟ ୩ ଶହରୁ ଉର୍ଦ୍ଧ ରୋଗୀଙ୍କୁ ଚିକିସ୍ଛା କରିବା ସହ ମାଗଣା ଔସଧ ବଣ୍ଟନ କରାଯାଇଥିଲା।ସେଠାରେ ଭଲିବଲ୍ ପ୍ରତିଯୋଗୀତା ମଧ୍ୟ କରାଯାଇଥିଲା ସେଥିରେ ପ୍ରଥମ,ଦିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ମହିଳା ଏବଂ ପୁରୁଷ ମାନଙ୍କୁ କମ୍ବଳ,ଛତା,ଲାଇଟ୍,ସାଢୀ,ମଶାରୀ ପ୍ରଦାନ କରାଯିବା ସହିତ ଛାତ୍ର,ଛାତ୍ରୀ ମାନଙ୍କୁ ଖାତା,ପେନ୍,ପେନ୍ସିଲ୍,ପାଣି ବୋତଲ ଇତ୍ୟାଦି ପ୍ରଦାନ କରାଯାଇଛି ତାହା ସହ ଏହି କାର୍ୟ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିବା ଛାତ୍ର,ଛାତ୍ରୀଙ୍କୁ ମଧ୍ୟ ପୁରଷ୍କୃତ କରାଯାଇଛି।ଏଥିରେ ପୁଲିସ୍ କର୍ମଚାରୀ ଅନୁପ୍ ଶତପଥି ନିଜର ଜାଦୁବିଦ୍ୟା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ଗୁଣି ଗାରେଡି,ଅନ୍ଧବିଶ୍ବାସ,କୁଃସଂସ୍କାର ଓ ସଡକ ସୁରକ୍ଷା ଉପରେ ମଧ୍ୟ ଲୋକଙ୍କୁ ସଚେତନତା କରିଥିଲେ।ଏହି କାର୍ୟ୍ୟକ୍ରମରେ ଏସ୍.ଆଇ କୁନି ଶବର,ଦିପ୍ତିରଞ୍ଜନ ସାହୁ ,ରାୟଗଡା ଥାନା ଅଧିକାରୀ ପ୍ରହ୍ଲାଦ ହିମିରିକା,ଡେପୁଟି ଇନିଷ୍ପେକ୍ଟର ଭାସ୍କର ପ୍ରଧାନ,ରିଜର୍ଭ ଇନିଷ୍ପେକ୍ଟର ରାମଜିତ୍ ହେମ୍ମ୍ରେମ୍ ଉପସ୍ଥିତ ରହିଥିଲେ।ଏହି କାର୍ୟ୍ୟକ୍ରମଟିକୁ ଜିଲ୍ଲା ପୁଲିସ୍ ଓ ସ୍ଥାନୀୟ ପୁଲିସ୍ ମିଳିତରେ କରାଯାଇଥିବାରୁ ଉଭୟ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଛନ୍ତି।