ଆରମ୍ଭ ହୋଇଛି “ମେଘାସନୀ ମୋହତ୍ସବ”

ମୟୂରଭଞ୍ଜ :- ବାରିପଦା ଛଉ ପଡ଼ିଆରେ ଆରମ୍ଭ ହୋଇଛି “ମେଘାସନୀ ମହୋତ୍ସବ” । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ମହୋତ୍ସବ ଉଦ୍ଘାଟନ ହୋଇଯାଇଛି । ମହୋତ୍ସବକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଉଦ୍ଘାଟନ କରିଥିବା ବେଳ, ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସରେନ, ବଡ଼ସାହି ବିଧାୟକ ସନାତନ ବିଜୁଳୀ, ସରସକଣା ବିଧାୟକ ଭାଦବ ହାସଦା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାସଦା, ଜିଲ୍ଲାପାଳ ଏବଂ ଏସ୍ପି ମଧ୍ୟ ଯୋଗ ଦେଇଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ, ଏହି ମହୋତ୍ସବର ହେଉଛି ମୁଖ୍ୟ ଲକ୍ଷ ।