ଏସ୍ କେ.ସି.ଜି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର

ଗଜପତି: ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗାମୀ ସମୟରେ  ୧୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ମହାବିଦ୍ୟାଳୟର ରେଡ଼କ୍ରସ ଶାଖା ପକ୍ଷରୁ  ମେଗା ରକ୍ତଦାନ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ୧୨୫ତମ ସ୍ବନକ୍ଷତ୍ର ଦିବସ ମହାବିଦ୍ୟାଳୟ ପାଳନ କରିବାକୁ ଯାଉଥିବାରୁ ଛାତ୍ର ଛାତ୍ରୀଠାରେ ବହୁ ଉତ୍ସାହ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିବା ବେଳେ, ଜିଲ୍ଲା ଯୁବ ରେଡକ୍ରସର ଆବାହକ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ବେହେରା  କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଭାରପ୍ରାପ୍ତ ଅଧିକାରୀ ଡ ଏନ୍ ରବିବାବୁ ଏବଂ ତାଙ୍କ ସହଯୋଗୀ ଖଗେଶ୍ବର ବେହେରା, ପ୍ରତି କୁମାରି ପାଢ଼ୀ,ଏ କୁସୁମ,ବି଼ ବାବୁଲା ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ  କରିଥିଲେ ।

ସେହିପରି ଯୁବ ରେଡକ୍ରସର ସମସ୍ତ ସ୍ବେଛାସେବୀ , ପରାମର୍ଶଦାତା  ଯଥା – ପ୍ର.ସ୍ନେହ ପ୍ରଭା ପଣ୍ଡା, ପ୍ର. ପରମାନନ୍ଦଜେନା, ଅଧ୍ୟାପକ ରାମହରି କାର୍ଯୀ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ରକ୍ତଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ରକ୍ତଦାତା ମାନଙ୍କୁ  ସ୍ଥାନିୟ HDFC ବ୍ୟାଙ୍କ୍ ପକ୍ଷରୁ  ପ୍ରଭାସ କୁମାର ପାଢୀ ଉପସ୍ଥିତ ରହି ଉପହାର ବଣ୍ଟନ କରିଥିଲେ ।