ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ବୈଠକ । ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ଆରଏମସି ପରିସରରେ, ଡୁଙ୍ଗୁରିପାଲି ଏସସି /ଏସଟି ସରକାରୀ କର୍ମଚାରୀ ସଂଘର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନିର୍ଜଲା ସାଗରଙ୍କ ଅଧକ୍ଷତାରେ ଗତ ଶନିବାର ଏହା ଅନୁଷ୍ଠିତ ହୋଇଥିଲା |ସଭା କାର୍ଯ୍ୟ ଆରମ୍ଭରେ ପ୍ରଥମେ ବିଶ୍ୱ ଆଦିବାସୀ ଦିବସ ପାଳନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ କରାଯାଇଥିଲା |ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ଛକଠାରେ ସମ୍ବିଧାନ ପ୍ରଣେତା ଡ଼କ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଉକ୍ତ ଛକକୁ ଆମ୍ବେଦକର ଛକ ନାମରେ ନାମିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା |
