ଫିଲ୍ମରେ ଆକ୍ଟିଙ୍ଗ କରୁଥିବା ଯବାନ, ପ୍ରକୃତରେ ଜଣେ ଯବାନ

ବକ୍ସ ଅଫିସରେ ଜବରଜସ୍ତ ରୋଜଗାର କରୁଛି ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଜବାନ । ସବୁଠି ଏବେ ଜବାନର କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମକୁ ଦେଖିବାକୁ ହଲରେ ଲାଗୁଛି ଦର୍ଶକଙ୍କ ଭିଡ । ଏହି ହାଇ ଆକ୍ସନ ଫିଲ୍ମରେ ଶାହାରୁଖଙ୍କ ସହ ଆଉ ଜଣଙ୍କୁ ମଧ୍ୟ ଆକ୍ସନ କରିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଏବେ ଚର୍ଚ୍ଚା । ରିଲ ଲାଇଫରେ ପୁଲିସ ଅଫିସରର ଆକ୍ଟିଙ୍ଗ କରୁଥିବା ଏହି ଆକ୍ଟର ଜଣକ ପ୍ରକୃତରେ ଜଣେ ଜବାନ, ଯାହାଙ୍କ ନାଁ ହେଉଛି ସଙ୍ଗୟ ଶେଲତ୍ରିମ୍ । ଭୂଟାନ ଆର୍ମିରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ଯବାନ୍ ଏବେ ବଲିଉଡରେ ଦେଖାଇଛନ୍ତି ନିଜ ଆକ୍ଟିଙ୍ଗର କମାଲ । ୪୧ ବର୍ଷିୟ ସଙ୍ଗୟ ‘ଜବାନ ‘ ମୁଭିରେ ଜୁଜୁ ନାଁରେ ଜଣେ ପୁଲିସ ଅଧିକାରୀ ଭାବେ ଦେଖାଯାଉଛନ୍ତି । ତାଙ୍କ ଚରିତ୍ରକୁ ଫିଲ୍ମର ଓପନିଙ୍ଗ ସିକ୍ୱେଲରୁ ଆରମ୍ଭ କରି ଶେଷ ଯାଏଁ ଗୁରୁତ୍ୱପୂର୍ଣ୍ଣ ସିକ୍ୱେଲରେ ଦେଖିବାକୁ ମିଳିଛି । ଭାରତୀୟ ଆର୍ମି ଉପରେ ଆଧାରିତ ଏହି ଫିଲ୍ମରେ ଏହି ରିଅଲ ସୋଲଜରଙ୍କୁ ଦେଖିବାକୁ ମିଳିଛି । ଭୂଟାନରେ ଏହି ଯବାନଙ୍କର ଖୁବ୍ ଲୋକପ୍ରିୟତା ରହିଛି । ଏବେ ଭାରତରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ।

ତେବେ ଫିଲ୍ମ ‘ଯବାନ’ରେ ରୋଲକୁ ନେଇ ନିଶ୍ଚିତ ନଥିଲେ ସଙ୍ଗୟ । କାରଣ ସେ ଅନ୍ୟ ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ । ସେ ଏକ ଭୂଟାନୀ ଫିଲ୍ମ ‘ଲିଙ୍ଗପୋଏନ’ର ସୁଟିଂ କରୁଥିଲେ । ଏହି ସମୟରେ ତାଙ୍କୁ ଫୋନ କରିଥିଲେ ମୁକେଶ ଛାବଡା । ତା ପରଦିନ ତାଙ୍କୁ ଯବାନର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ଫୋନ୍ କଲ ଆସିଥିଲା । ଏହା ଶାହାରୁଖଙ୍କ ସହ ତାଙ୍କ ପାଇଁ ଏକ ବଡ ସୁଯୋଗ । ଏହାକୁ ହାତଛଡା ନକରିବାକୁ କହିଥିଲେ ଡାଇରେକ୍ଟର । ବାସ୍ ଏତିକିରେ ନିଜର ଫିଲ୍ମ ସୁଟିଂ ଛାଡି ‘ଜବାନ’ରେ ଆକ୍ଟିଂକୁ ଗ୍ରହଣ କରିଥିଲେ । ଜବାନରେ ସଙ୍ଗୟଙ୍କ ଦମଦାର ଆକ୍ଟିଂକୁ ଦେଖି ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ଯାହା ବଲିଉଡରେ ତାଙ୍କର ଭବିଷ୍ୟତକୁ ନେଇ ଆଶା ସୃଷ୍ଟି କରିଛି ।