ରାୟଗଡା: ଏଥର ସହଜ ହେବ ଔଷଧ ବିତରଣ । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ରାୟଗଡାରେ ଡ୍ରୋନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି ଔଷଧ । ଯାହାକୁ ପରୀକ୍ଷା ମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତୀକଖାନାକୁ ଔଷଧ ପଠାଯାଇଛି । ଏଥର ସମସ୍ତ ଯାଗାକୁ ଡ୍ରୋନ ମାଧ୍ୟମରେ ବିତରଣ ହେବ ଜୀବନ ରକ୍ଷାକାରୀ ଔଷଧ । କମ ସମୟ ଓ କମ ଖର୍ଚ୍ଚରେ ଗୋଟେ ସ୍ଥାନରୁ ଅନ୍ୟସ୍ଥାନକୁ ଏଥର ଯାଇପାରିବ ଔଷଧ । ଆଦିବରସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଦୂର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ବିସ୍ତାରିତ କରିବା ପାଇଁ ବାରିଝୋଲା ସ୍ଥିତ ସୂଖ୍ୟ ଚିକିତ୍ସା ଅଧିକାରିଙ୍କ କାର୍ଯ୍ୟାଳୟ ପରିସରରେ ୟ୍ୟୁଏସଆଇଡି ସମର୍ଥିତ ସର୍ମିଧି ଏବଂ ଆଇପିଇ ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡୱଙ୍ଗ ଭଳି ଅଗ୍ରଣି ଷ୍ଟାର୍ଟଅପ ଅନୁଷ୍ଠାନ ସହଯୋଗରେ ସ୍ୱାସ୍ଥ୍ୟସେବା ଡ୍ରୋନ ବିତରଣ ନେଟୱକର ଶୁଭାରମ୍ଭ କରାଯାଇଛି । ଏହାକୁ ଆଦିବାସୀ କଲ୍ୟଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି । ଏହି ଡ୍ରୋନ ୧କେଜି ୫୦୦ ଗ୍ରାମ ଓଜନର ଔଷଧ ବୋହି ନେଇପାରିବାର କ୍ଷମତା ରହିଥିବା କୁହାଯାଉଛି । ଆଜି ଦୀର୍ଘ ୪୫ କିମି ଗୁଡାରୀ ଡକ୍ତରଖାନାକୁ ମାତ୍ର ୩୫ ମିନିଟରେ ପହଞ୍ଚି ପରିଛି ଏହି ଡ୍ରୋନ । ଯାହା ଦ୍ୱାରା କି ସମୟ ଅପଚୟ ସହ ରୋଗୀଙ୍କୁ ଅଧିକ ଖର୍ଚ୍ଚାନ୍ତରୁ ମୁକ୍ତ ହୋଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।