ପୁରୀ : ଜାତୀୟ ପ୍ରେସ ଦିବସ ଅବସରରେ ମିଡିଆ ହାଉସ କାର୍ଯ୍ୟାଳୟ ପିପିଲି ରେ ଉଦଘାଟିତ ହୋଇଅଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ଧର୍ମପତ୍ନୀ ତଥା ସମାଜସେବୀ ଜାଗୃତି ପଣ୍ଡା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି । ବିଶେଷ କରି ନିଷ୍ଠାପର ଭାବରେ ଖବର ପରିବେଷଣ କରିବା ପାଇଁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ସରକାର ଙ୍କ ଲୋକାଭିମୁଖୀ କାର୍ୟ୍ୟ କୁ ଜନ ସାଧାରଣ ଙ୍କ ପାଖରେ ପହଞ୍ଚାଇବା ର ମୁଖ୍ୟ ମାଧ୍ୟମ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ଉଡ଼ଘଟନୀ କାର୍ୟ୍ୟକ୍ରମ ରେ ପିପିଲି ବ୍ଲକ ଅଧକ୍ଷା ଦେଵଶ୍ବିନୀ ନନ୍ଦ,ପିପିଲି ଏନ ଏ ସି ଅଧକ୍ଷ ସେକ ବାବୁ, ବିଜେଡି ରାଜ୍ୟ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ବିଜେଡି ନେତା ଯୁଧିଷ୍ଠିର ସାମନ୍ତରାୟ, ପିପିଲି ବ୍ଲକ ଆତ୍ମା ଅଧକ୍ଷ ପ୍ରକାଶ କୁମାର ଧଳ ,ବିଭୁତି ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ବୈଦୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧିମାନେ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।