୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ବାରିପଦା: ମୟୁରଭଞ୍ଜରେ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ‘ମାସା ଆର୍ମି’ ପକ୍ଷରୁ ସାନ୍ତାଳୀ, ମୁଣ୍ଡାରୀ ଏବଂ ହୋ ଭାଷାକୁ ଓଡିଶାର ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରାଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାନ କରାଯାଉଛି । ଫଳରେ ବାରିପଦା ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥ ମୁର୍ଗାବାଡ଼ି ଠାରେ ସଙ୍ଗଠନ ପକ୍ଷରୁ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି କିଛି ସମୟ ପାଇଁ ଜାତୀୟ ରାଜପଥରେ ମଧ୍ୟ ଶହ ଶହ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଛି । ଏହାପରେ ରାଜପଥରେ ଯାନବାହନ ଚାଚଳ ସାମାନ୍ୟ ବାଧାପ୍ରପ୍ତ ହୋଇଛି ।