ମାଟି ହାଣ୍ଡି କଙ୍କଡ଼ା ଆବଶ୍ୟକ ସାମଗ୍ରୀ

ବ୍ୟୁରୋ : ଓଡ଼ିଆ, ଆଉ ଓଡ଼ିଆ ଘରର ହାଣ୍ଡିଶାଳ, ପାକ ପଦ୍ଧତି ସବୁଠୁ ନିଆରା | ଆମିଷ ହେଉ କି ନିରାମିଷ ସବୁ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁ କରିବାରେ ମାହିର ଓଡ଼ିଆ ଲୋକ | ଏଣୁ ଆଜି ଆମେ ଜାଣିବା କିଛି ନିଆରା ପାକପଦ୍ଧତି ବିଷୟରେ | ଆଜି ଆମେ କହିବୁ ମାଟି ହାଣ୍ଡି କଙ୍କଡ଼ା କେମିତି ହୁଏ | କଣ କଣ ଉପକରଣ ରହେ ସେ ସବୁ ସମ୍ପର୍କରେ |

ଟମାଟୋ ପେଷ୍ଟ, ତେଜପତ୍ର, ଫୁଟଣ, କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ,

ତେଲ ପ୍ରସ୍ତୁତି ପ୍ରଣାଳୀ : କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ । ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, ତେଜପତ୍ର, କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇ ଗୋଳାନ୍ତୁ । ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ ଓ କଷନ୍ତୁ । ମସଲା ଭଲ ଭାବେ କଷି ହୋଇଯିବା ପରେ ପୂର୍ବରୁ ମସଲା ଗୋଳାଇ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ଓ କଷନ୍ତୁ । କଙ୍କଡ଼ା ଭଲ ଭାବେ କଷି ହୋଇଗଲେ ସେଥିରେ ଟମାଟୋ ପେଷ୍ଟ୍ ଓ ପାଣି ଦେଇ ଫୁଟାନ୍ତୁ । କିଛି ସମୟ ଫୁଟିବା ପରେ ସେଥିରେ ଗରମ ମସଲା ପକାନ୍ତୁ ଓ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଟି ହାଣ୍ଡି କଙ୍କଡ଼ା