ମୁମ୍ବାଇ: କଲ୍ଟ କମେଡ଼ି ଫ୍ରାଞ୍ଚାଇଜ୍ ‘ମସ୍ତି’ ପୁଣି ଥରେ ଜବରଦସ୍ତ ଅନ୍ଦାଜରେ । ଚାରି ଗୁଣ ପାଗଳାମି ସହିତ ଫେରିଛି । ମିଲାପ ମିଲାନ ଜଭେରୀଙ୍କ ନିର୍ଦ୍ଦେଶିତ ଏବଂ ଲିଖିତ ‘ମସ୍ତି ୪’ର ଚମତ୍କାର ଟ୍ରେଲର ଫିଲ୍ମର ପ୍ରଯୋଜକ ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ ଦ୍ୱାରା ନିକଟରେ ରିଲିଜ୍ ହୋଇଛି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ବୃଦ୍ଧି କରିଛି।

ମିଲାପ ମିଲାନ ଜାଭେରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ, ମସ୍ତି ୪ ଏକ ବଡ଼ ଧରଣର ମନୋରଞ୍ଜନକାରୀ ହେବ, ଯେଉଁଥିରେ ଉତ୍ସାହଜନକ ସଙ୍ଗୀତ, ରଙ୍ଗୀନ ସିନ୍ ରହିଛି । ଫିଲ୍ମର ଟ୍ୟାଗଲାଇନ୍ “ଲଭ୍ ଭିସା” ଏବଂ ତିନି ତାରକାଙ୍କ ଜବରଦସ୍ତ କେମେଷ୍ଟ୍ରି ଏହାକୁ ଏକ ପୂର୍ଣ୍ଣ କମେଡି ଯାତ୍ରା କରିଥାଏ । ମସ୍ତି ୪ ପୁଣିଥରେ ଗ୍ରାଣ୍ଡ ମସ୍ତି ପରି ସମାନ ମସଲା ପ୍ରଦାନ କରୁଛି, ଯେଉଁଥିରେ ଦୁଇ ଅର୍ଥ ଥିବା ସଂଳାପ ପ୍ରଚୁର ପରିମାଣରେ ଅଛି । ରିତେଶ, ବିବେକ ଏବଂ ଆଫତାବଙ୍କ ସହ ଗୋଲମାଲର ତୁଷାର କପୁରଙ୍କ ମୌନ ଚରିତ୍ର ମସ୍ତି ୪ ରେ ଦେଖିବାକୁ ମିଳିବ, ଯେତେବେଳେ କମେଡି ମାଷ୍ଟର ଅର୍ଶଦ ୱର୍ଶି ମଧ୍ୟ ନିଜର କମେଡି ଶୈଳୀ ପ୍ରଦାନ କରୁଥିବାର ଦେଖାଯିବେ । ମସ୍ତି ୪ ର ଟ୍ରେଲର ନିଶ୍ଚିତ ଭାବରେ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ନୁହେଁ, କାରଣ ଏହା ଏକ ବୟସ୍କ ଫିଲ୍ମ ।
![]()
ଉଲ୍ଲେଖନୀୟ ଯେ, ‘ମସ୍ତି ୪’ ଆପଣଙ୍କ ପାଇଁ ନଭେମ୍ବର ୨୧, ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମକୁ ଜୀ ଷ୍ଟୁଡିଓ ଏବଂ ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ ଦ୍ୱାରା ମିଶି ପ୍ରଯୋଜିତ କରାଯାଇଛି । ଯେଉଁଥିରେ ମରାଠୀ ଇଣ୍ଟରନ୍ୟାସନାଲ ଏବଂ ବାଲାଜୀ ଟେଲିଫିଲ୍ମସ୍ ସହଭାଗୀତା ରହିଛି । ଏହି ଫିଲ୍ମର ପ୍ରଯୋଜକ ଏ. ଝୁନଝୁନୱାଲା ଏବଂ ଶିଖା କରଣ ଅହଲୁୱାଲିଆ (ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ), ସହ- ପ୍ରଯୋଜକ ଇନ୍ଦ୍ର କୁମାର ଏବଂ ଅଶୋକ ଠକୋରିୟା(ମରାଠି ଇଣ୍ଟରନ୍ୟାସନାଲ) ଅଟେ ଏବଂ ଏହାସହ ଶୋମା କପୁର ଏବଂ ଏକତା କପୁର( ବାଲାଜୀ ମୋଶନ ପିକଚର୍ସ) ଏବଂ ଉମେଶ ବଂସଲ ମଧ୍ୟ ରହିଛନ୍ତି ।