ନୂଆ ଦିଲ୍ଲୀ : ରାଜଧାନୀ ଦିଲ୍ଲୀ ବାୱାନାର ଏକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ 17 ଟି ଦମକଳ ଗାଡି ଆସି ପହଞ୍ଚିଥିଲା ।

ଏହି ଅଗ୍ନକାଣ୍ଡରେ କାହାରି ଜୀବନ ହାନି ଘଟିଥିବା ଏପର୍ଯ୍ୟନ୍ତ ସୂଚନା ନାହିଁ । ଏହି ବିସ୍ଫୋରଣ ଯୋଗୁଁ କୋଠା ଭୁଶୁଡ଼ି ଯାଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ଘଟଣା ଦିଲ୍ଲୀର ବାୱାନା J-10ସେକ୍ଟର ୨ରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣା ଶନିବାର ପ୍ରାୟ ୪.୪୮ମିନିଟ୍ ଘଟିଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ହେବା ଫଳରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା ।

ଯାହାଦ୍ବାରା କୋଠାଟି ଭୁଷୁଡି ପଡିଥିଲା । ବିସ୍ଫୋରଣ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନଗୁଡିକ ପ୍ରଭାବିତ ହେବା ସହିତ ଆକାଶ ଧୂଆଁମୟ ହୋଇଯାଇଥିଲା । ନିଆଁ ଲାଗିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।

ଖବର ପାଇବା ମାତ୍ରେ ୧୭ଟି ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ ଅଧିକାରୀ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ କିନ୍ତୁ କେହି ଆହତ ବା ମୃତ୍ୟୁ ହୋଇନଥିବାର ସୂଚନା ମିଳିନାହିଁ ।