ନୂଆଦିଲ୍ଲୀ: ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର। ଏଥିରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ୪ ନକ୍ସଲଙ୍କ ମୃତଦେହ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି। ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ନିହତ ୪ ଜଣ ନକ୍ସଲଙ୍କ ନାଁରେ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଗଢଚିରୋଲି ଏସପିଙ୍କ ସୂଚନା ଅନୁସାରେ ନିର୍ବାଚନରେ ହିଂସା କରିବାକୁ ମାଓବାଦୀ ଉଦ୍ଦେଶ୍ୟ ରଖି ଏମାନେ ତେଲେଙ୍ଗାନାରୁ ମହାରାଷ୍ଟ୍ରକୁ ଆସୁଥିଲେ । ଏ ନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ମହାରାଷ୍ଟ୍ର ପୋଲିସ ସ୍ପେଶାଲ ସି-୬୦ କମାଣ୍ଡୋ ଏବଂ ସିଆରପିଏଫ କମାଣ୍ଡୋ ଜଙ୍ଗଲରେ ଅପରେସନ କରିଥିଲେ । ଦୀର୍ଘ ସମୟଧାି ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲଲା । ଏହାପରେ ପୋଲିସ ଘଟଣା ସ୍ଥଳରୁ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଥିଲା । ଘଟଣା ସ୍ଥଳରୁ ପୋଲିସ ନକ୍ସଲମାନଙ୍କ ପାଖରୁ ଏକେ ୪୭ କାର୍ବାଇନ, ୨ଟଇ ପିସ୍ତଲ ଅନେକ ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରିଥିଲା । ସୂଚନା ଅନୁଯାୟୀ, ଗତ ଶନିବାର ଦିନ ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଜଳରେ ସୁରକ୍ଷାବଳ ଏବଂ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ନକ୍ସଲିର ମୃତ୍ୟୁ ହୋଇଥିଲା ।