ୱାନସାଇଡ ଲଭ କରି ଛେଚା ଖାଇଲେ ବିବାହିତ ଯୁବକ

0

ବାଙ୍କୀ: ଏକତଫା ପ୍ରେମ କରି ଛେଚା ଖାଇଲେ ବିବାହିତ ଯୁବକ । ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ । ଜଣେ ଅଙ୍ଗନୱାଡ କର୍ମୀଙ୍କୁ ପ୍ରେମ ନିବେଦନ କରିବାରୁ ଯୁବକଙ୍କୁ ଗାଁଲୋକ କାନ ଧରି ଉଠ୍ ବସ୍ କରାଇବା ସହ ନିର୍ଧୁମ ଛେଚିଥିଲେ ।

ସୂଚନା ଅନୁସାରେ , ଘୋଳପୁର ଗାଁର ଅଙ୍ଗନବାଡି କର୍ମୀଙ୍କୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ବହୁଦିନ ଧରି ରଙ୍ଗ ନମ୍ବରରେ କଲ କରି ପ୍ରେମ ନିବେଦନ କରି ଆସୁଥିଲେ । କିନ୍ତୁ ଅଙ୍ଗନବାଡୀ ଦିଦି ବାରମ୍ବାର ମନା କରିବା ସତ୍ୱେ ଯୁବକ ତାଙ୍କୁ ବାରମ୍ବାର ଅଶ୍ଳିଳ ମେସେଜ କରବା ସହ ବିବାହ ପାଇଁ କହୁଥିଲେ । ମାତ୍ର ଶିକ୍ଷୟତ୍ରୀ ଜଣକ ତାଙ୍କ କଥା ନ ଶୁଣିବାରୁ ଗତ ୧୩ ତାରିଖ ଦିନ ହଠାତ ଏହି ଯୁବକ ଘୋଳପୁର ଅଙ୍ଗନୱାଡି କେନ୍ଦ୍ରରେ ପଂହଁଚି ଯାଇଥିଲେ । ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ।

ଏହି ଘଟଣା ସମ୍ପର୍କରେ ଗାଁ ଲୋକ ଜାଣିବା ପରେ ଯୁବକକୁ ଅଟକ ରଖିବା ସହ ନିର୍ଦ୍ଧୁମ ଛେଚିଥିଲେ । ଆଉ ଏଭଳି ଭୁଲ କେବେ ନ କରିବା ପାଇଁ ଯୁବକ ଜଣଙ୍କୁ ଆଣ୍ଠୁଆ ମାଡି ବସାଇବା ସହ କାନ ଧରି ଭୁଲ ମଗାଇଥିଲେ । ଗାଁ ଲୋକ ଯୁବକକୁ ପୋଲିସ ପାଖରେ ଦେଇଥିଲେ । ଶିକ୍ଷୟିତ୍ରୀଙ୍କ ଏତଲାରେ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ ।