ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା

ଭୁବନେଶ୍ୱର:- ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ହେଉଥିବାବେଳେ ମାଡିବସିଲା କଷ୍ଟମ ବିଭାଗ । ଘଟଣାରେ ଜଣେ ଯୁବକ ଓ ଯୁବତୀଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୪କୋଟି ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଏକାଧିକ ଥର ଏୟାରପୋର୍ଟ ରୁ ଜବତ ହୋଇଛି ମାରିଜୁଆନା । ଅଗଷ୍ଟ ୨ ତାରିଖରେ ଥାଇଲାଣ୍ଡରୁ ଚାଲାଣ ବେଳେ କଷ୍ଟମ ବିଭାଗର ହାତରେ ଲାଗିଥିଲା ୮ କେଜିର ମାରିଜୁଆନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ଅନୁମାନ କରାଯାଇଥିଲା । ଏହା ମଧ୍ୟ ବ୍ୟାଙ୍କକରୁ ଆସୁଥିଲା ।