ମାଓବାଦୀଙ୍କ ଯୋଜନା ଧୂଳିସାଦ, ଲ୍ୟାଣ୍ଡ ମାଇନ ଠାବ

ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଯୋଜନା ଧୂଳିସାଦ ହୋଇଛି ।

(ମାଲକାନଗିରି) : ମାଓ ଯୋଜନା ପଣ୍ଡ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଯୋଜନା ଧୂଳିସାଦ ହୋଇଛି ।

ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏହି ବୋମା ଖଞ୍ଜିଥିବା ବେଳେ ସିଆରପିଏଫ ଯବାନ ମାନେ ଏହି ଲ୍ୟାଣ୍ଡ ମାଇନ ଠାବ କରି ନିଷ୍କ୍ରିୟ କରିଛନ୍ତି । ସୁକୁମା ଜିଲ୍ଲା ପାଲମପଲ୍ଲୀ ଥାନା ଅନ୍ତର୍ଗତ ଅତୁଲପାରା ଜଙ୍ଗଲରେ ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ମାଟି ତଳେ ଲ୍ୟାଣ୍ଡମାଇନ ପୋତିଥିଲେ ।

ସୂଚନାନୁଯାୟୀ , ସିଆରପିଏଫ ଯବାନ ମାନେ ଏହି ରାସ୍ତା ଦେଇ କମ୍ବିଂ ଅପରେସନ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ସ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ୫ କିଲୋଗ୍ରାମ ଓଜନର ଏହି ବୋମା ଠାବ କରିଥିଲେ । ତେବେ ଲ୍ୟାଣ୍ଡମାଇନ୍ସ ଠାବ ହେବା ପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ ।