୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ମାଓ ପୋଷ୍ଟରରେ ଆହ୍ଵାନ

କିଛି ଦିନର ବ୍ୟବଧାନ ପରେ ପୁଣି ସେମାଙ୍କୁ ଆସିଲା ମାଓ ପୋଷ୍ଟର ।

(ବାଲିଗୁଡା) : କିଛି ଦିନର ବ୍ୟବଧାନ ପରେ ପୁଣି ସେମାଙ୍କୁ ଆସିଲା ମାଓ ପୋଷ୍ଟର । ବାଲିଗୁଡ଼ା ଥାନା ଲଣ୍ଡା ଗାଁ ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର। ମାଓ ନେତା ମୁକୁନ୍ଦ କହଁରଙ୍କ ହତ୍ୟାକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ ଏବଂ ଆଗାମୀ ଦିନରେ ପୋଲିସ୍ ଓ ସିଆରପିଏଫ୍‌ଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ କରାଯାଇଛି ।

ମେ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ମାଓ ସଙ୍ଗଠନ ଆହ୍ଵାନ ଦେଇଛନ୍ତି।

ଅନ୍ୟପଟେ ଗତ ଫେବୃଆରୀ ମାସରେ ପୋଲିସକୁ ଟାର୍ଗେଟ୍ କରି ହୋଇଥିବା ଆଇଇଡି ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ପାଇଁ ମାଓବାଦୀମାନେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗିଛନ୍ତି । ଏହି ଘଟଣା ପାଇଁ ମାଓବାଦୀମାନେ ପୋଲିସକୁ ଦାୟୀ କରିଛନ୍ତି।