ମାଓ ହିଂସା : ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ହତ୍ୟା

ଦିନକୁ ଦିନ ହିଂସ୍ର ହୋଇପଡୁଛନ୍ତି ମାଓବାଦୀସଂଗଠନ

(ମାଲକାନଗିରି) : ଦିନକୁ ଦିନ ହିଂସ୍ର ହୋଇପଡୁଛନ୍ତି ମାଓବାଦୀସଂଗଠନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ । ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା। ମୃତକ ହେଉଛନ୍ତି ମୋରମେଡ଼ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ।

ଆଜି ନିକଟସ୍ଥ ଜଙ୍ଗଲରୁ ପତିରାମଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା ନେଇ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ବିଜାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାନୁଯାୟୀ , ତୈନାଡ ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମଙ୍କୁ ନକ୍ସଲମାନେ ଗତ ଦୁଇ ଦିନ ତଳେ ଅପହରଣ କରିଥିଲେ। ୧୫ ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ସରପଞ୍ଚ ପତିରାମ କୁଡିଆମଙ୍କ ଘରେ ଆସି ତାଙ୍କୁ ନକ୍ସଲ ସଭାରେ ଯୋଗଦେବା ଲାଗି ଡାକି ନେଇଥିଲେ ।