ବାଃ କି ସୁଆଦିଆ ଆମ୍ବ 

ସତରେ ଖରା ଦିନେ ଆମ୍ବ ଖାଇବାର ମଜା କହିଲେ ନସରେ

(ଭୁବନେଶ୍ୱର) :  ସତରେ ଖରା ଦିନେ ଆମ୍ବ ଖାଇବାର ମଜା କହିଲେ ନସରେ । ଆରେ ବାଃ କି ସୁଆଦିଆ ମିଠା ଆମ୍ବ । ଲାଗେ ଏହି ଆମ୍ବର ଋତୁ ସବୁବେଳେ ରୁହନ୍ତାନି । ତେବେ ଦର୍ଶକ ବନ୍ଧୁ ବଜାରରେ ଏବେ ବିଭିନ୍ନ ପ୍ରକାରର ଆମ୍ବର ଉପଲବ୍ଧ ହେଉଛି । ଆମ୍ବ ଖାଇବାକୁ ବଡ଼ ରୁ ଛୋଟ ସମସ୍ତଙ୍କୁ ଭଲ ଲାଗେ । ଆହରି ମଧ୍ୟରେ କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍‌ କରି ପିଇବାକୁ ଭଲପାଆନ୍ତି। ତେବେ ଆପଣ ଜାଣନ୍ତି ଏହା ଆମ ଶରୀର ପାଇଁ କେତେ ଲାଭଦାୟୀ ?

ତେବେ ଆସନ୍ତୁ ଜାଣିବା ,

୧.   ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ।

୨ . ଦୃଷ୍ଟିଶକ୍ତି ତଥା ଆଖିଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ବି ଆମ୍ବ ଖାଇବା ଦ୍ବାରା        କରାଯାଇ ପାରେ।

୩. ଏହା କେ‌ାଲେଷ୍ଟ୍ରଲ୍‌ ସ୍ତର କମ୍‌ କରିବା ସହ ତ୍ବଚାକୁ ଚିକ୍କଣ କରିଥାଏ।

୪. ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ।

୫. ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ।