ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର : ପ୍ରାଣୀ ପ୍ରତିଷ୍ଠାନ ପଂଜୀକରଣ କ୍ଷେତ୍ରରେ ମାଇଲ ଖୁଂଟ ସାଜିଲା କୋରାପୁଟ । ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନଟିକ ରିସୋର୍ସ ପକ୍ଷରୁ ମନ୍ଦା ମଇଁଷିକୁ ଦେଶର ୧୯ ତମ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ପ୍ରଦାନ କରାଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗଓ ଓଡ଼ିଶାର କୃଷି ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ଦ୍ୱାରା ୨୦୦୯ ମସିହାରେ ହୋଇଥିବା ସର୍ଭେରେ ପ୍ରଥମେ ମନ୍ଦା ମଇଁଷିଙ୍କୁ ଚିହ୍ନଟ କରାଯାଇଥିଲା। ସେତେବଳେ ପ୍ରାଣୀ ସମ୍ପଦ ବିଭାଗର ଡାଇରେକ୍ଟର ଥିବା ବିଷ୍ଣୁପଦ ସେଠୀଙ୍କ ସମୟରେ ଏହି ସର୍ଭେ ହୋଇଥିବା ବେଳେ ଙଟଇଞର ପ୍ରଫେସର ଥିବା ସୁଶାନ୍ତ କୁମାର ଦାଶ ଏଥିରେ ସାମିଲ ହୋଇଥିଲେ। ସର୍ଭେ ଶେଷ ହେବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ଜାତୀୟ ପ୍ରାଣୀ ସମ୍ପଦ ବିଭାଗ କୁ ପଠାଯାଇଥିଲା। ଏହାପରେ ଗଭୀର ଅଧ୍ୟୟନ ପରେ ଏହାକୁ ଜାତୀୟ ମାନ୍ୟତା ପ୍ରଦାନ କରାଯାଇଛି। ଏମାନଙ୍କ ପାଇଁ କମ୍ ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ଅଧିକ ଆୟ ହୋଇଥାଏ । ଆଦିବାସୀ ଅଂଚଳରେ ଚାଷ ଓ ଖୀର ପାଇଁ ଏହି ମଇଁଷି ପାଳନ କରାଯାଏ ।